ଓଡିଶା

ଶିକ୍ଷିତ ସମାଜରେ, ମଣିଷ ପଣିଆ ଓ ନୈତିକ ଶିକ୍ଷାର ଆବଶ୍ୟକତା ରହିଛି

ବସ୍ତା/ଅଜିତ୍ କୁମାର ସାହୁ : ଆଜି ସମସ୍ତେ କହୁଛନ୍ତି ଆମେ ଶିକ୍ଷିତ। କିନ୍ତୁ ମଣିଷ ଭିତରେ ମଣିଷ ପଣିଆର ଅଭାବ ଦେଖାଦେଉଛି। ଏଥିପାଇଁ ପ୍ରଥମେ ପରିବାର ଠୁଁ ଶିକ୍ଷାନୁଷ୍ଠାନ ପର୍ଯ୍ୟନ୍ତ ନୈତିକ ଶିକ୍ଷାର ଆବଶ୍ୟକତା ରହିଛି ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ। ସଦର ବ୍ଲକ୍ କଷିପଦା ପଂଚାୟତର କାଦମୌଦା ଗ୍ରାମସ୍ଥିତ ଶକୁନ୍ତଳା ପବ୍ଲିକ ସ୍କୁଲ ପକ୍ଷର ସପ୍ତମ ବାର୍ଷିକ ଉତ୍ସବ ବହୁ ଆଡ଼ମ୍ବର ସହିତ୍ ପାଳନ ହୋଇଯାଇଛି।ପୁରଷ୍କାର ବିତରଣୀ ଉତ୍ସବରେ ସମୟ ଚକ୍ରର ସମ୍ପାଦକ ସର୍ବେଶ୍ବର ଜେନାଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି, ମୁଖ୍ୟ ବକ୍ତା ଭାବେ ପ୍ରାକ୍ତନ ଶିକ୍ଷାଧିକାରୀ ଜୟନ୍ତ ପାଣିଗ୍ରାହୀ, ସମ୍ମାନିତ ଅତିଥି ଭାବେ ସମାଜସେବୀ ବିଜୟ ଜୀ, ହରିଶ୍ଚନ୍ଦ୍ର ଗିରି,ସ୍କୁକ ପ୍ରତିଷ୍ଠାତା ସଞ୍ଜୟ କୁମାର ଗୁରି ଯୋଗ ଦେଇ ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ।

ଏହି ଅବସରରେ ବିଦ୍ୟାଳୟର କୁନି କୁନି ଛାତ୍ରଛାତ୍ରୀଙ୍କ ଦ୍ବାରା ସ୍ବାଗତ ସଂଗୀତ ଓ ଜାତୀୟ ସଂଗୀତ ଗାନ କରାଯାଇଥିଲା।ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାମକିଂକର ନାଏକ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ବେଦପାଠ ଚକ୍ରଧର ଆଚାର୍ଯ୍ୟ କରିଥିଲେ। ବିଦ୍ୟାଳୟର କୃତି ଛାତ୍ରଛାତ୍ରୀଙ୍କୁ ମାନପତ୍ର ଓ ଟ୍ରଫି ଅତିଥିମାନେ ପ୍ରଦାନ କରିଥିଲେ।ଏହି ପରିପ୍ରେକ୍ଷୀରେ ଆର୍ଯ୍ୟସେବା ସଂଘ ଓ ଆମ୍ବଗଡ଼ିଆ ବିକାଶ ପରିଷଦର ସଦସ୍ୟମାନଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଶିକ୍ଷକ ଡ଼ମ୍ବରୁଧର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ।ଶେଷରେ ବିଦ୍ୟାଳୟର କୁନି କୁନି ଛାତ୍ର ଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Related posts

୨୪ ଘଣ୍ଟାରେ ୧୩୮୫ ପଜିଟିଭ ଚିହ୍ନଟ

mahabharatanews

 ପଦୋନ୍ନତି ପାଇଁ ଫିଟନେସ ହେବ ଏକ ମାପଦଣ୍ଡ

mahabharatanews

ସ୍ୱାଧୀନତା ଆନ୍ଦୋଳନରେ ବୋଲଗଡ଼ର ଅବଦାନ ସମ୍ପର୍କରେ ଆଲୋଚନା ଚକ୍ର

mahabharatanews