ଓଡିଶାପାଣିପାଗ

ସନ୍ଧ୍ୟା ହେଲେ କାଲୁଆ ପବନ ସାଙ୍ଗକୁ ବଢ଼ୁଛି ଥଣ୍ଡା

ଶିମିଳିପାଳରେ ଖସିଲା ପାରଦ। ଆଜି ସକାଳେ ଶିମିଳିପାଳରେ ୧ ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଛି। ଗତକାଲି ମଧ୍ୟ ଏଠାରେ ଅଧିକ ଶୀତ ଅନୁଭୂତ ହୋଇଥିଲା । ଗତକାଲି ୨ଡିଗ୍ରି ରହିଥିଲା ପାରଦ । ରାଜ୍ୟରେ ପାଣିପାଗର ବିଚିତ୍ର ସ୍ଥିତି ଦେଖିବାକୁ ମିଳିଛି । ଗୋଟିଏ ପଟେ ଦିନର ତାପାମତ୍ରା ବଢ଼ିବାକୁ ଲାଗିଥିବା ବେଳେ ଅନ୍ୟପଟେ ରାତିରେ ପାରଦ ଖସୁଛି । ସକାଳୁ କୁହୁଡ଼ି ହେଉଥିବା ବେଳେ ଦିନରେ ବଢ଼ୁଛି ପାରଦ । ଏବଂ ସନ୍ଧ୍ୟା ହେଲେ କାଲୁଆ ପବନ ସାଙ୍ଗକୁ ବଢ଼ୁଛି ଶୀତ। ଗତକାଲି ଝାରସୁଗୁଡ଼ାରେ ଦିନ ତାପମାତ୍ରା ଟପିଥିଲା ୩୩ଡିଗ୍ରି। ଝାରସୁଗୁଡ଼ାରେ ତାପମାତ୍ରା ୩୩.୭ ଡିଗ୍ରି, ପାରଳାଖେମୁଣ୍ଡିରେ ୩୩.୩ ଡିଗ୍ରି ରେକର୍ଡ କରାଯାଇଥିଲା। ଭୁବନେଶ୍ବରରେ ୩୨.୩ ରହିଥିଲା ତାପମାତ୍ରା ।

May be an image of christmas tree, fog and grass

Related posts

ବିଦେଶୀ ପକ୍ଷୀଙ୍କ ସୁରକ୍ଷା ପାଇଁ ବନ ବିଭାଗର ପ୍ରଶିକ୍ଷଣ ଶିବିର

mahabharatanews

ଆମ୍ବୁଲାନ୍ସ ଫେରିଗଲା, ଜିପରେ ପ୍ରସବ କଲେ ପ୍ରସୂତୀ

mahabharatanews

ସେପ୍ଟେମ୍ବର ୧୩ ତାରିଖରେ କଟକ ବନ୍ଦ

mahabharatanews