ଓଡିଶା

ବିଦେଶୀ ପକ୍ଷୀଙ୍କ ସୁରକ୍ଷା ପାଇଁ ବନ ବିଭାଗର ପ୍ରଶିକ୍ଷଣ ଶିବିର

(ମହାଭାରତ, ସୋନପୁର): ଜିଲ୍ଲାରେ ପ୍ରତିବର୍ଷ ବିଦେଶୀ ପକ୍ଷୀଙ୍କ ଆଗମନ ବଢୁଛି । ବିଶେଷ କରି ଶୀତ ଋତୁରେ ବିଭିନ୍ନ ସ୍ଥାନରୁ ସହରକୁ ବିଦେଶୀ ପକ୍ଷୀଙ୍କ ଆଗମନ ହୋଇଥାଏ । ଯଦିଓ ଅଳ୍ପ କିଛି ଦିନ ପାଇଁ ଏହି ପକ୍ଷୀ ସୁବର୍ଣ୍ଣପୁର ସହରକୁ ଆସିଥାନ୍ତି, ତଥାପି ବନ ବିଭାଗ ଏମାନଙ୍କ ସୁରକ୍ଷା ପାଇଁ ବ୍ୟାପକ କାର୍ୟ୍ୟକ୍ରମ କରୁଛି । ବିଦେଶୀ ପକ୍ଷୀଙ୍କ ସୁରକ୍ଷା ନେଇ ବନ ବିଭାଗର ପ୍ରଶିକ୍ଷଣ ଶିବିର ଏହାସହ ଜନସାଧାରଣଙ୍କୁ ସଚେତନ କରିବା ସହିତ ପ୍ରଶିକ୍ଷଣ ଶିବିର ଆୟୋଜନ କରି ବିଦେଶୀ ପକ୍ଷୀ ବସବାସ କରୁଥିବା ସ୍ଥାନ ଗୁଡିକରେ ଡ଼ାକବାଜି ଯନ୍ତ୍ର ଆଦି ବ୍ୟବହାର କରିବାକୁ ମନା କରାଯାଇଛି । ତେବେ ଏହି ବିଦେଶୀ ପକ୍ଷୀ ସହରର ରାମେଶ୍ବର ମନ୍ଦିର, ସୁବର୍ଣ୍ଣମେରୁ ମନ୍ଦିର, ମହାନଦୀ ଓ ଅର୍ଜୁନପୁର ଜଙ୍ଗଲରେ ବିଭିନ୍ନ ପ୍ରକାରର ବିଦେଶୀ ପକ୍ଷୀ ଦେଖା ଯାଉଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏଥିସହିତ ପକ୍ଷୀ ଶିକାର ନକରିବା ପାଇଁ ଜନସାଧାରଣ ଭିତରେ ସଚେତନତା ସୃଷ୍ଟି କରାଯାଉଛି । ମଙ୍ଗଳବାର ଆୟୋଜିତ କର୍ମଶାଳାରେ ଜିଲ୍ଲା ବନ ଅଧିକାରୀ ସୁଶାନ୍ତ ସାମନ୍ତରାୟ, ଜୀବ ବୈଜ୍ଞାନିକ ଉମାକାନ୍ତ ନାଗ, ବନ ଅଧିକାରୀ ସୁଶୀଳ ତ୍ରିପାଠୀ ପ୍ରମୁଖ ଯୋଗ ଦେଇ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିବା ସହିତ ପକ୍ଷୀଙ୍କ ସୁରକ୍ଷା ବିଷୟରେ ନିଜର ମତ ରଖିଥିଲେ ।

Related posts

ଭିସୁଟ୍କୁ ମଡର୍ଣ୍ଣ ଡ୍ରେସ୍ ମନା

mahabharatanews

 ଆଗାମୀ ଦୁଇ ଦିନ ରାଜ୍ୟରେ ବର୍ଷା ସମ୍ଭାବନା

mahabharatanews

ସାହାରପଡା ବ୍ଲକରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ

mahabharatanews