ଓଡିଶା

ଶ୍ରାବଣ ମାସରେ ଜଳପ୍ରିୟ ଶିବଙ୍କୁ ଜଳଅଭିଷେକ କଲେ ଜୀବନ ସୁଖଶାନ୍ତିରେ ଭରିଯାଏ

ବ୍ୟୁରୋ : ବାର ମଧ୍ୟରେ ଶ୍ରେଷ୍ଠ ବାର ସୋମବାର । ଯାହାକୁ ପ୍ରଭୁ ଶିବଙ୍କ ବାର କୁହାଯାଏ  । ସମସ୍ତ ପ୍ରକାର ବ୍ୟାଧିର ନାଶକ ହେଉଛନ୍ତି ମହାଦେବ ଶିବ । ଏହି ମାସରେ ମହାଦେବଙ୍କୁ ଆରାଧନା କରି ଜଳ ଲାଗି କରାଯାଇଥାଏ । ଆଜି ହେଉଛି ତୃତୀୟ ସୋମବାର । ସଂସାରର କର୍ତ୍ତା, ସ୍ରଷ୍ଟା, ପାଳନ କର୍ତ୍ତା ଶିବ ସମ୍ଭୁ । ଆଷାଢ଼ ପୂର୍ଣ୍ଣିମା ଠାରୁ ଆରମ୍ଭ କରି ଶ୍ରାବଣ ପୂର୍ଣ୍ଣିମା ପର୍ଯ୍ୟନ୍ତ ସମସ୍ତ ସୋମବାରରେ ବିଭିନ୍ନ ଶିବ ମନ୍ଦିରରେ ଭକ୍ତମାନେ ଶିବଙ୍କ ମସ୍ତକରେ ପାଣି ଢାଳନ୍ତି । ଏହି ମାସରେ ୪ଟି ସୋମବାର ପଡୁଥିବାବେଳେ କାଉଡିଆମାନେ ଜଳାଭିଷେକ କରିଥାନ୍ତି ।

କୁହାଯାଏ ଶ୍ରାବଣ ସୋମବାରରେ ଜଳପ୍ରିୟ ଶିବଙ୍କୁ ଜଳରେ ଅଭିଷେକ କଲେ ଜୀବନ ସୁଖଶାନ୍ତିରେ ଭାରିଯାଏ ।ଆଜି ଅଗଷ୍ଟ ୧ ଶ୍ରାବଣ ମାସର ତୃତୀୟ ସୋମବାର । ହିନ୍ଦୁ ଧର୍ମରେ ଶ୍ରାବଣ ସୋମବାର ଉପବାସର ବିଶେଷ ମହତ୍ତ୍ୱ ରହିଛି । ଏହି ଦିନ ଭଗବାନ ଶିବଙ୍କୁ ପୂଜା କରିବା ସହିତ ଉପବାସ ପାଳନ କରିବାର ନିୟମ ରହିଛି। ବିଶ୍ୱାସ କରାଯାଏ ଯେ ଏହି ଦିନ ଭଗବାନଙ୍କୁ ପୂଜା କରିବା ଦ୍ୱାରା ତାଙ୍କର ଇଚ୍ଛା ପୂରଣ ହୋଇଥାଏ। ଜ୍ୟୋତିଷଙ୍କ ଅନୁଯାୟୀ, ଶ୍ରାବଣର ତୃତୀୟ ସୋମବାରରେ ଅନେକ ଶୁଭ ସମନ୍ୱୟ ସୃଷ୍ଟି ହେତୁ ଏହି ଦିନର ଗୁରୁତ୍ୱ ବଢିଯାଏ।

ତେବେ ଆଜି ଆସନ୍ତୁ ଜାଣିବା ଆଜିର ଶୁଭ ସମୟ, ପୂଜା ପଦ୍ଧତି ଏବଂ ଶ୍ରାବଣର ତୃତୀୟ ସୋମବାରର ମହତ୍ତ୍ୱ ବିଷୟରେ। ଶ୍ରାବଣ ସୋମବାର ଉପବାସର ମହତ୍ତ୍ୱ ମଧ୍ୟ ଶାସ୍ତ୍ରରେ ଉଲ୍ଲେଖ କରାଯାଇଛି । କୁହାଯାଏ ଯେ ଭଗବାନ ଶିବ ଏହି ମାସ ଆରମ୍ଭରେ ପ୍ରସନ୍ନ ହୁଅନ୍ତି । ଏହା ସହିତ ସୋମବାର ଉପବାସର ଫଳାଫଳ ଶୀଘ୍ର ଉପଲବ୍ଧ ହୋଇଥାଏ। ଶ୍ରାବଣ ମାସରେ ଭଗବାନ ଶଙ୍କରଙ୍କୁ ପୂଜା କରିବା ଦ୍ୱାରା ବିବାହରେ ଥିବା ବାଧା ଦୂର ହୋଇଥାଏ ବୋଲି ବିଶ୍ୱାସ କରାଯାଏ।

Related posts

ଜନତା କର୍ଫ୍ୟୁ: କାଲି ଛତ୍ରବଜାର ବନ୍ଦ

mahabharatanews

ବିଭିନ୍ନ ସଂଗଠନ ପକ୍ଷରୁ ପ୍ରତିବାଦ ସଭା

mahabharatanews

ଆସୁଛନ୍ତି ମା ; କଟକରେ ନିଶା ମୁକ୍ତ ସହ DJ ମୁକ୍ତ 

mahabharatanews

Leave a Comment