ଓଡିଶା

ମୁମ୍ବାଇରେ ଆୟକର ଚଢାଉ

ମୁମ୍ବାଇ: ଆୟକର ବିଭାଗ ପକ୍ଷରୁ ଅଗଷ୍ଟ ୧ ତାରିଖରୁ ୮ ତାରିଖ ମଧ୍ୟରେ ମହାରାଷ୍ଟ୍ରର ଏକ ଇସ୍ପାତ, କପଡା, ରିଏଲ ଇଷ୍ଟେଟ ବ୍ୟବୟାୟୀଙ୍କ ଘରେ ଚଢାଉ କରିଥିଲା । ଆୟକର ବିଭାଗର ନାସିକ ୱିଙ୍ଗ ଅଗଷ୍ଟ ପ୍ରଥମ ସପ୍ତାହରେ ଜଲନା ଏବଂ ଔରଙ୍ଗାବାଦ ସହରରେ ଜଣେ ଶିଳ୍ପପତିଙ୍କ ଅଫିସ ଓ ବାସଭବନରେ ଚଢାଉ କରାଯାଇଥିଲା । ଆୟକର ବିଭାଗର ସୂଚନା ଅନୁସାରେ ୩୯୦ କୋଟି ଟଙ୍କାର ସମ୍ପତ୍ତି, ୫୮ କୋଟି ଟଙ୍କାର ନଦଗ ଅର୍ଥ ଏବଂ ୩୨ କିଲୋ ସୁନା ଜବତ କରାଯାଇଛି । ଜବତ ହୋଇଥିବା ନଗଦ ଅର୍ଥକୁ ଗଣିବା ପାଇଁ ଆୟକର ବିଭାଗକୁ ୧୩ ଘଣ୍ଟାରୁ ଅଧିକ ସମୟ ଲାଗିଥିଲା । ଏହି ପ୍ରକ୍ରିୟାରେ ରାଜ୍ୟର ୨୬୦ ଜଣ ଅଧିକାରୀ ଏବଂ କର୍ମଚାରୀ ଜଡିତ ଥିଲେ । ଏହି ସମସ୍ତ ଅଧିକାରୀ ଜଡିତ ଥିଲେ । ଏହି ଦଳକୁ ୫ ଭାଗରେ ବିଭକ୍ତ କରାଯାଇଥିଲା । ସେମାନେ ଭାଗ ଭାଗ ହୋଇ ଶିଳ୍ପପତି ଓ ବ୍ୟବସାୟୀଙ୍କ ଘରେ ରେଡ କରିଥିଲେ । ଜୁଲାଇ ଶେଷ ସପ୍ତାହରେ ଇଡି ପକ୍ଷରୁ ପଶ୍ଚିମବଙ୍ଗର ପୂର୍ବତନ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କ ଘରେ ଚଢାଉ କରାଯାଇଥିଲା । ତାଙ୍କ ଘରୁ ପୁଳା ପୁଳା ନଗଦ ଅର୍ଥ ଜବତ କରାଯାଇଥିଲା । ଯାହା ଖବରର ଶିରୋନାମାରେ ରହିଥିଲା । ପଶ୍ଚିମବଙ୍ଗରେ ଶିକ୍ଷକ ଦୁର୍ନୀତି ନେଇ ଇଡି ପକ୍ଷରୁ ଚଢାଉ କରାଯାଇଥିଲା । ବର୍ତ୍ତମାନ ପାର୍ଥ ଚାର୍ଟାଜୀ ଓ ଅର୍ପିତା ମୁଖାର୍ଜୀ ଜେଲରେ ରହିଛନ୍ତି ।

Related posts

ପଦଯାତ୍ରା ପ୍ରସ୍ତୁତି ବୈଠକରେ ନିର୍ବାଚିତ ପ୍ରତିନିଧିଙ୍କୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କଙ୍କ ମନ୍ତ୍ର

mahabharatanews

ପାଠକ ବାପା, ପୁଅଙ୍କ ସହ ପ୍ରଦୀପଙ୍କୁ କଷ୍ଟଡିକୁ ନେଇ ଜେରା କରିବ ଇଡି

mahabharatanews

କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନରଙ୍କ କୋଭିଡ ପରିସ୍ଥିତି ସମୀକ୍ଷା

mahabharatanews