(ଅହମ୍ମଦାବାଦ) : ନିଜ ମାଟିରେ ପାକିସ୍ତାନକୁ ହରାଇ ବିଜୟର ଧ୍ୱଜା ଉଡାଇଲା ଭାରତ । ପାକିସ୍ତାନକୁ ୭ ୱିକେଟରେ ହରାଇଲା ଭାରତ । ହିଟମ୍ୟାନ ତଥା ରୋହିତ ଶର୍ମାଙ୍କ ଘାତକ ବ୍ୟାଟିଙ୍ଗ । ଟସ ଜିତି ବୋଲିଙ୍ଗ ନିଷ୍ପତି ନେଇଥିଲା ଭାରତ । ଜସପ୍ରିତ୍ ବୁମରା ମ୍ୟାନ ଅଫ୍ ଦି ମ୍ୟାଚ୍ ହୋଇଛନ୍ତି । ଭାରତ ପକ୍ଷରୁ ରୋହିତ ଶର୍ମା ସର୍ବାଧିକ ୬୩ ବଲରୁ ୮୬ ରନ କରିଛନ୍ତି । ୧୯୨ ରନର ପିଛା କରୁଥିବା ଭାରତ ବିସ୍ଫୋରକ ଷ୍ଟାଇଲରେ ଇନିଂସ ଆରମ୍ଭ କରିଥିଲା । ଶୁବମନ ଗିଲ୍ ୧୧ ବଲରେ ୪ ଚୌକା ସହ ୧୬ ରନ କରିବା ପରେ ଆଫ୍ରିଦିଙ୍କ ବଲରେ ଆଉଟ ହୋଇଥିଲେ ।
ଖବରନୁଯାୟୀ , ପାକିସ୍ତାନ ୪୨.୫ ଓଭରରେ ୧୯୧ ରନ କରି ୧୯୨ ଟାର୍ଗେଟ ଦେଇଥିଲା । ୬ ଟା ଚଉକା ୬ ଛକାମାରି ୬୩ ବଲରେ ୮୬ ରନ କରି ଆଉଟ ହୋଇଥିଲେ ରୋହିତ ଶର୍ମା । କୋହଲି ହାସନ ଅଲୀଙ୍କ ବଲରେ ଆଉଟ ହୋଇଥିଲେ । ଆଉ ରୋହିତ ଶର୍ମା ୬୩ ବଲରୁ ୮୬ ରନ କରିଥିଲେ । କେ ଏଲ ରାହୁଲ ୨୯ ବଲରୁ ୧୯ ଓ ଶ୍ରେୟସ ଆୟର ୬୨ ବଲରୁ ୧୩ ରନ କରିଥିଲେ । ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଉଥିବା ଭାରତ-ପାକିସ୍ତାନ ହାଇଭୋଲଟେଜ୍ ମ୍ୟାଚ୍ରେ ଟିମ୍ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା କରିଛନ୍ତି ଛକା ବର୍ଷା।
