ଓଡିଶା

ଭାରତ ବନ୍ଦର ପ୍ରଭାବ ବ୍ରହ୍ମପୁରରେ ଟ୍ରେନ ଅଟକାଇ ସଂଗଠନଗୁଡିକର ବିକ୍ଷୋଭ

(ମହାଭାରତ, ଭୁବନେଶ୍ୱର): ଦରଦାମ ବୃଦ୍ଧି, ନିଯୁକ୍ତି, ପେଟ୍ରୋଲ ଦର ବୃଦ୍ଧି, ନାଗରିକତା ସଂଶୋଧନ ଆଇନ (ସିଏଏ) ସମେତ ବହୁ ଦାବି ନେଇ ବିଭିନ୍ନ ସଂଗଠନ ପକ୍ଷରୁ ବୁଧବାର ଭାରତ ବନ୍ଦ ଡାକରା ଦିଆଯାଇଥିଲା । ଏହାର ପ୍ରଭାବ ସକାଳେ ଦେଖିବାକୁ ମିଳିଥିଲା । ବୁଧବାର ସକାଳେ ବିଭିନ୍ନ ସଂଗଠନ ବ୍ରହ୍ମପୁର ରେଳ ଷ୍ଟେସନର ରେଳ ଧାରଣା ଉପରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଫଳରେ ଷ୍ଟେସନ ପରିସରରେ ବ୍ରହ୍ମପୁର-ମେମୋ, ପାସେଞ୍ଜର, ଯଶୋୱନ୍ତପୁର-ହାୱଡା ଟ୍ରେନ ଦୀର୍ଘ ସମୟ ଧରି ଅଟକି ରହିଥିଲା । ସାମ୍ପ୍ରଦାୟିକ ମତଭେଦ ସୃଷ୍ଟି କରିବାକୁ କେନ୍ଦ୍ର ସରକାର ସିଏଏ ଆଇନ ପ୍ରଣୟନ କରିଥିବା ସଂଗଠନମାନେ ନାରାବାଜି କରିଥିଲେ । ସିପିଆଇ ନେତା, ବସନ୍ତ ନନ୍ଦ, ଯୁଧିଷ୍ଟିର ବେହେରା, କଂଗ୍ରେସ ଜିଲ୍ଲା କାର୍ଯ୍ୟକାରୀ ସଭାପତି ପୀତବାସ ପଣ୍ଡା, ଅଲ ଇଣ୍ଡିଆ ଡିଏସଓ ରାଜ୍ୟ ସମ୍ପାଦକ ସୋମନାଥ ବେହେରା ପ୍ରମୁଖ ଧର୍ମଘଟର ନେତୃତ୍ୱ ନେଇଥିଲେ । ଏଥିରେ ଏଆଇଟିୟୁସି, ଆଇଏନଟିୟୁସି, ସିଆଇଟିୟୁ, ଏଆଇୱାଇଏଫ ସମେତ ବିଭିନ୍ନ ଟ୍ରେଡ ୟୁନିଅନ ସଂଗଠନ, ଭାରତୀୟ ଜାତୀୟ କଂଗ୍ରେସ କର୍ମକର୍ତ୍ତା ସାମିଲ ହୋଇଥିଲେ ।

Related posts

ଲଛିପୁର ଗାଁରେ ଇଂରାଜୀ ମିଡିୟମ ସ୍କୁଲ ପ୍ରତିଷ୍ଠା

mahabharatanews

ଫେବୃଆରୀ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ରହିବ ଶୀତ 

mahabharatanews

ବସ୍ ଦୁର୍ଘଟଣା: ଦୁଇ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା

mahabharatanews