ଓଡିଶା

ଖୋର୍ଦ୍ଧା, ଗଞ୍ଜାମ କୈବର୍ତ୍ତ ମହାସଂଘର ବାର୍ଷିକ ସଭା

(ମହାଭାରତ, ଚିଲିକା): ଶ୍ରୀରାମ ଗଞ୍ଜାମ ଓ ଖୋର୍ଦ୍ଧା ଜିଲ୍ଲା କୈବର୍ତ୍ତ ମହାସଂଘ ତରଫରୁ ୮୮ ତମ ବାର୍ଷିକ ସଭା ପାଳିତ ହୋଇଯାଇଛି । ସଂଘର କୈବର୍ତ୍ତମାନେ ଶ୍ରୀରାମଙ୍କ ବିଗ୍ରହକୁ ଧରି ବାଲୁଗାଁ ଓ ବାଣପୁର ତାଲୁକାରେ ଥିବା ସମସ୍ତ ଗାଁ ଭ୍ରମଣ କରିଥିଲେ । ଏହା ପରେ ବାଲୁଗାଁସ୍ଥିତ ଉମାମହେଶ୍ୱର ଦେବଙ୍କ ପ୍ରାଙ୍ଗଣରେ ଏକ ସଭାର ଆୟୋଜନ କରାଯାଇଥିଲା । ଏହି ସଭାରେ ଶ୍ରୀରାମ ଗଞ୍ଜାମ ଓ ଖୋର୍ଦ୍ଧା ଜିଲ୍ଲା କୈବର୍ତ୍ତ ମହାସଂଘର ସଭାପତି ଶ୍ରୀ ସନାତନ ବେହେରାଙ୍କ ସଭାପତିତ୍ୱରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ଏହାପରେ କୈବର୍ତ୍ତ କୁଳର ମର୍ଯ୍ୟାଦା ଓ ସମ୍ନାନ ରକ୍ଷା କରୁଥିବା ବ୍ୟକ୍ତିଙ୍କୁ ମ।।ନପତ୍ର ସହ ଉପଢୌକନ ପ୍ରଦାନ କରାଯାଇଥିଲା । ସଭା ଶେଷରେ ମହାସଂଘର ଉପସଭାପତି ସୁଶାନ୍ତ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

Related posts

“ସାଇବର-କଭଚ”ର ସ୍ୱତନ୍ତ୍ର ଅଭିଯାନ

mahabharatanews

ଆଜି ମହିଳାଙ୍କୁ ମିଳିବାକୁ ଯାଉଛି ସୁଭଦ୍ରା ଟଙ୍କା, ଜାଣନ୍ତୁ ସମୟ

mahabharatanews

ଆଜିଠୁ ପ୍ରସିଦ୍ଧ ଖଣ୍ଡଗିରି ମାଘମେଳା

mahabharatanews