ଦେଶ ବିଦେଶ

ବିନା ଭିସାରେ ଭାରତୀୟ ଯାତ୍ରୀମାନେ ବୁଲିପାରିବେ ୫୬ଟି ଦେଶ

ଅନ୍ତଃରାଷ୍ଟ୍ରୀୟ ସ୍ତରରେ ଭାରତୀୟ ପାସପୋର୍ଟର ଶକ୍ତି ବଢିଲା । ଏବେ ବିନା ଭିସାରେ ଭାରତୀୟ ଯାତ୍ରୀମାନେ ବୁଲିପାରିବେ ୫୬ଟି ଦେଶ । ନିକଟରେ ପ୍ରକାଶିତ ୨୦୨୬ ମସିହା Henley Passport Indexରେ ଭାରତର ରାଙ୍କ ତୀବ୍ର ଗତିରେ ଆଗକୁ ବଢିଛି । ପୂର୍ବବର୍ଷ ଅପେକ୍ଷା ଚଳିତବର୍ଷ ୧୦ଟି ସ୍ଥାନ ଉପରକୁ ଉଠିଛି ଭାରତୀୟ ପାସପୋର୍ଟ ।

Indian passport holders can now visit these 59 nations visa free: Check  full list - BusinessToday

ଚଳିତବର୍ଷ ୧୦ଟି ସ୍ଥାନ ଉପରକୁ ଉନ୍ନତି କରିଛି ଭାରତୀୟ ପାସପୋର୍ଟ । ଏହି ରାଙ୍କିଂର ସିଧାସଳଖ ସୁବିଧା ମିଳିବ ଭାରତୀୟ ଯାତ୍ରୀ ତଥା ଭ୍ରମଣକାରୀଙ୍କୁ । ଏବେ ଭାରତୀୟ ଯାତ୍ରୀମାନେ ବିନା ଭିସା କିମ୍ବା ଭିସା ଅନ୍ ଆରାଇଭାଲ୍ ଦ୍ବାରା ବିଶ୍ବର ୫୬ଟି ଦେଶକୁ ଯାଇପାରିବେ । ବର୍ତ୍ତମାନ ଭାରତୀୟ ଭିସା ୭୫ ରାଙ୍କରେ ରହିଥିବା ବେଳେ ୨୦୦୬  ମସିହାରେ ଭାରତୀୟ ପାସପୋର୍ଟ ୭୧ତମ ସ୍ଥାନରେ ରହିଥିଲା । ମାତ୍ର ବିଗତ କିଛି ବର୍ଷ ମଧ୍ୟରେ ଭାରତୀର ରାଙ୍କ ଖସିବାରେ ଲାଗିଥିଲା । ୨୦୨୪ରେ ଏହା ୮୦ ତମ ଓ ୨୦୨୫ ମସିହାରେ ଏହା ୮୫ ରାଙ୍କରେ ରହିଥିଲା । ବର୍ତ୍ତମାନ ରାଙ୍କିଂରେ ଆସିଥିବା ଉନ୍ନତି ପାସପୋର୍ଟକୁ ପୁଣି ଶକ୍ତିଶାଳୀ କରିଛି ।

Related posts

ହ୍ରାସ ପାଇଲା ଚିଲିକା ହ୍ରଦକୁ ବିଦେଶୀ ପକ୍ଷୀଙ୍କ ଆଗମନ ସଂଖ୍ୟା

mahabharatanews

ଆମେରିକା ସେନାଙ୍କୁ ଭେଟିବାକୁ ଓହ୍ଲାଇଥିଲେ ଏଲିୟନ! ପୂର୍ବତନ ରାଷ୍ଟ୍ରପତି ବୁଶଙ୍କୁ ଥିଲା ଖବର!

mahabharatanews

ନୋଭାକ ଜୋକୋଭିକଙ୍କୁ ପରାସ୍ତ କରି ଗ୍ରାଣ୍ଡସ୍ଲାମ ଟାଇଟ ନିଜ ନାମରେ କଲେ

mahabharatanews