ଭାରତ

୩୦ ଲକ୍ଷ ଫାଇନ ଦେବ ଇଣ୍ଡିଗୋ ଏୟାରଲାଇନ୍ସ 

(ଦିଲ୍ଲୀ) :  ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ଇଣ୍ଡିଗୋ ଏୟାରଲାଇନ୍ସ ଉପରେ ୩୦ ଲକ୍ଷ ଟଙ୍କା ଆର୍ଥିକ ଜୋରିମାନା ଲଗାଇଛି । ଇଣ୍ଡିଗୋ ଏୟାରଲାଇନ୍ସ ୨୦୧୩  ମସିହାରେ ଛଅ ମାସ ମଧ୍ୟରେ A321 ବିମାନରେ ଚାରିଟି ଟେଲ୍ ଷ୍ଟ୍ରାଇକ୍ ଘଟଣାର ସମ୍ମୁଖୀନ ହୋଇଥିଲା । ଡିଜିସିଏ ପକ୍ଷରୁ ଇଣ୍ଡିଗୋ ଏୟାରଲାଇନ୍ସର ଉପରେ ଏକ ସ୍ୱତନ୍ତ୍ର ଅଡିଟ୍ କରାଯାଇଥିଲା । DGCA ଆବଶ୍ୟକତା ଏବଂ OEM ନିର୍ଦ୍ଦେଶାବଳୀ ଅନୁଯାୟୀ ସେମାନଙ୍କର ଡକ୍ୟୁମେଣ୍ଟ ଏବଂ ପ୍ରକ୍ରିୟାରେ ସଂଶୋଧନ କରିବାକୁ ମଧ୍ୟ ସେମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ସୂଚନା ଅନୁସାରେ,  ଅପରେସନ୍, ଟ୍ରେନିଂ, ଇଞ୍ଜିନିୟରିଂ ଏବଂ ଫ୍ଲାଇଟ୍ ଡାଟା ମନିଟରିଂ ପ୍ରୋଗ୍ରାମ ଉପରେ ସେମାନଙ୍କର ଡକ୍ୟୁମେଣ୍ଟେସନ୍ ଏବଂ ପ୍ରକ୍ରିୟାର ସମୀକ୍ଷା କରାଯାଇଥିଲା । ଏହି ସମୀକ୍ଷା ବେଳେ ମିଳିଥିବା ତୃଟି ଆଧାରରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଇଣ୍ତିଗୋ ଏୟାର ଲାଇନ୍ସ ଉପରେ ୩୦ ଲକ୍ଷ ଟଙ୍କାର ଜରିମାନ ଲଗାଇଛି ।

Related posts

ମଣିପୁର ହିଂସା: ପୁଣି କର୍ଫ୍ୟୁ ଲାଗୁ

mahabharatanews

ଆଜିଠୁ ସଂସଦର ୫ ଦିନିଆ ସ୍ବତନ୍ତ୍ର ଅଧିବେଶନ 

mahabharatanews

ଆସନ୍ତା ୪ତାରିଖରେ ଭାରତ ଆସିବେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ବିଲାଓ୍ଵଲ ଭୁଟ୍ଟୋ ଜର୍ଦାରୀ

mahabharatanews