ଭାରତ

ଅଚାନକ କ୍ୟାପ୍‌ଟେନ୍‌କୁ ପିଟିଲେ ଜଣେ ଯାତ୍ରୀ

(ଦିଲ୍ଲୀ) :  ବିମାନ ଭିତରର ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ଇଣ୍ଡିଗୋ ବିମାନରେ ଥିବା ଜଣେ ଯାତ୍ରୀ କ୍ୟାପ୍‌ଟେନ୍‌କୁ ବହେ ପିଟୁଥିବା ଦେଖିବାକୁ ମିଳିଛି। ତେବେ ବିମାନ ବିଳମ୍ବ ହେବା ନେଇ ଘୋଷଣା କରୁଥିବା ହେତୁ ସେ ରାଗରେ ବିମାନର କ୍ୟାପଟେନଙ୍କୁ ପିଟିଛନ୍ତି।

ସୂଚନାନୁଯାୟୀ, ’ହଳଦିଆ ରଂଗର ଗଞ୍ଜି ପିନ୍ଧିଥିବା ଜଣେ ଯାତ୍ରୀ ହଠାତ୍ କ୍ୟାପ୍‌ଟେନ୍‌ଙ୍କ ପାଖକୁ ଦୌଡ଼ିଯାଇ ମୁହଁକୁ ଚାପୁଡ଼ା ମାରିଥିଲେ। ସେତିକିବେଳେ କ୍ୟାପ୍‌ଟେନ୍‌ଙ୍କ ପାଖରେ ଠିଆ ହୋଇଥିବା ଜଣେ ବିମାନ କର୍ମଚାରୀ ତୁରନ୍ତ ତାଙ୍କୁ ଅଟାକାଇଥିଲେ। ସେ ସେହି ପରିସ୍ଥିତିର ସମାଧାନ କରିବାକୁ ଚେଷ୍ଟା କରିଥିଲେ। ଯାତ୍ରୀ ଜଣଙ୍କୁ ପରେ ଅନ୍ୟ ଯାତ୍ରୀମାନେ ମିଶି ଭିଡ଼ି ଭିଡ଼ି ବାହାରକୁ ନେଇ ଯାଉଥିବାର ଦେଖିବାକୁ ମିଳିଛି।  ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଓ ବିଳମ୍ବ କରୁଥିବା କଥା ଅନ୍ୟ ଯାତ୍ରୀମାନେ ବି ଅଧିକାଂଶ ସମୟରେ ଅଭିଯୋଗ ଆଣିଛନ୍ତି।

Related posts

ଆଜି ଶପଥ ନେବେ ଆପ୍ ନେତା ସଞ୍ଜୟ ସିଂ

mahabharatanews

କୋଣାର୍କ ଚକ୍ର ଦେଖି ଅଟକି ଗଲେ ରାଷ୍ଟ୍ରପତି

mahabharatanews

ନୂପୁରଙ୍କ ବୟାନ ଯୋଗୁଁ ହେଲା ସାଇବର ଆକ୍ରମଣ

mahabharatanews