କଳାହାଣ୍ଡି/ ଗୋଲାପ ସାହୁ : କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ମଙ୍ଗଳପୁର ରେ ନିର୍ମାଣ ହେବ ଇନ୍ଦ୍ରାବତୀ ପାର୍କ ଓ ମ୍ୟୁଜିୟମ ସୂଚନା ଦେଲେ 5T ସଚିବ ଭି.କେ କାର୍ତ୍ତିକ ପାଣ୍ଡିଆନ । କଳାହାଣ୍ଡି ଗ୍ରସ୍ତରେ ଆସିଥିବା ବେଳେ ବିଭିନ୍ନ ଉନ୍ନୟନ ମୂଳକ କାର୍ୟ୍ୟର ସମୀକ୍ଷା କରିଛନ୍ତି । ୧୪୮ କୋଟି ବ୍ୟୟ ଅଟକଳ ରେ ପୁନଃନିର୍ମାଣ ହେଉଛି ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲ କାର୍ୟ୍ୟ ର ସମୀକ୍ଷା କରିଛନ୍ତି । ଏହା ସହ କଳାହାଣ୍ଡି ର ବୃହତ୍ ଜଳସେଚନ ପ୍ରକଳ୍ପ ମୁଖିଗୁଡା ନିକଟରେ ଅବସ୍ଥିତ ହୋଇଛି । ଯାହାକି ଦେଶ ବିଦେଶରେ ବେଶ ଜଣାଶୁଣା ସେଠାରେ ଏକ ବୃହତ ପାର୍କ ଓ ମ୍ୟୁଜିୟମ ନିର୍ମାଣ ହେବାକୁ ଯାଉଛି । ୮.୫ ହେକ୍ଟର ଜମି ରେ ୧୪ କୋଟି ଟଙ୍କା ବ୍ୟୟ ରେ ନିର୍ମାଣ ହେବ ପାର୍କ ସହ ଇନ୍ଦ୍ରାବତୀ ମ୍ୟୁଜିୟମ। କଳାହାଣ୍ଡିବାସୀ ତଥା ଆଖ ପାଖ ଅଞ୍ଚଳରେ ଲୋକେ ଜୀବିକା ସହିତ ମନୋରଞ୍ଜନ ସ୍ଵାଦ ଚାଖି ପାରିବେ ବୋଲି ଆଶା ଓ ବିଶ୍ବାସ ସଂଚାର ହୋଇଛି ଯାହା ଫଳରେ ଅଞ୍ଚଳବାସୀ ଉତ୍ସାହିତ ଅଛନ୍ତି । ୫ଞ ସଚିବ ଏହା ଘୋଷଣା କରିବା ଫଳରେ ଅଞ୍ଚଳରେ ଖୁସି ର ଲହରୀ ଖେଳିଯାଇଛି।
previous post
