ଓଡିଶା

ଦାଣ୍ଡ ମଝିରେ ମହିଳାକୁ ଆକ୍ରମଣ କଲେ ପୋଲିସ ବାବୁ : ଅଳ୍ପକେ ବର୍ତିଗଲେ ମହିଳା

ପୁରୀ/ସୁଜିତ୍ ସାହୁ : ପୋଲିସ୍ ବାବୁ ଙ୍କ ଦାଦାଗିରି । ଦାଣ୍ଡ ମଝିରେ ମହିଳାକୁ ଗୋଡାଇ ଗୋଡାଇ ଆକ୍ରମଣ କଲେ ପୋଲିସ ବାବୁ। ଜୈନିକ ମହିଳା ଙ୍କ ଚୁଟି ଘୋଷାଡି, ତଣ୍ଟି ଚିପି ମାରି ଦେବାକୁ କରୁଛନ୍ତି ଉଦ୍ୟମ । ଅଳ୍ପକେ ବର୍ତିଗଲେ ଜୈନିକ ମହିଳା। ଗୋଟିଏ ପରିବାର ଉପରେ ଏକାଧିକ ଲୋକେ କରିଥିଲେ ଆକ୍ରମଣ। ବ୍ରହ୍ମଗିରି ଜାଆଁଳା ଗାଁ ଦାଣ୍ଡ ପାଲଟି ପାଲଟିଲା ରଣକ୍ଷେତ୍ର। ସୋସିଆଲ ମିଡିଆରେ ଭିଡିଓ ହେଲା ଭାଇରାଲ। ଜାଆଁଳା ଗ୍ରାମର ହରିହର ଦାସ ଗାଁ ଦାଣ୍ଡରେ ଭୋଜି ଖାଉଥିବା ବେଳେ ସେହି ଗ୍ରାମର ବିଶ୍ବମ୍ବର ପଲାଇ କୈାଣସି କରଣକୁ ନେଇ ହଠାତ୍ ଆକ୍ରମଣ କରିଥିଲା। ଠେଙ୍ଗା ମାଡରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଚିକିତ୍ସା ହେଉଛନ୍ତି ହରିହର। ସ୍ବାମୀ କୁ ଉଧାର କରିବାକୁ ଆସିଥିବା ସ୍ତ୍ରୀ କୁ ଘୋଶାଡି ମାରିଥିଲା ବିଶ୍ବମ୍ବର। ବିଶ୍ବମ୍ବର ପୋଲିସ୍ ବିଭାଗରେ କାର୍ୟ୍ୟ କରୁଥିବା ସୂଚନା ମିଳିଛି। ଏ ସମ୍ପର୍କରେ ବ୍ରହ୍ମଗିରି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଆହତ ହୋଇଥିବା ହରିହର ଦାସ।

Related posts

୧୮ ଜିଲ୍ଲାରେ ପ୍ରବଳ ବର୍ଷିବ!

mahabharatanews

ସାନ୍ତାଳୀ ସାମ୍ବାଦିକ ଫୋରମ ପକ୍ଷରୁ ରାଷ୍ଟ୍ରପତିଙ୍କ ଲାଗି ସାଧାରଣ ସଭା

mahabharatanews

ହିଂଜିଳି ବ୍ଲକ ଚାଉଳ କଳ ସଙ୍ଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ଦାନ

mahabharatanews