(ଭୁବନେଶ୍ୱର / ଆଦର୍ଶ ରାଉତ) ; ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ମଧ୍ୟମ ଧରଣର ବନ୍ୟା ଆଶଙ୍କା ଥିବା ବେଳେ ଏଥିପାଇଁ ମହାନଦୀ ଅବବାହିକରେ ବିଶେଷ କ୍ଷତି ହେବ ନାହିଁ ବୋଲି ଏସଆରସି ପ୍ରଦୀପ ୍ଣକ୍ସନା ସୂଚନା ଦେଇଛନ୍ତି । ସେ କହିଛନ୍ତି ଗତ କାଲି ରାଜ୍ୟରେ କେତେକ ଜାଗାରେ ବୃଷ୍ଟିପାତ ଦେଖାଯାଇଛି । ତିନିଦିନ ଲଗାଣ ବର୍ଷା ଫଳରେ ବୈତରଣୀ ନଦି ବୃଦ୍ଧି ପାଇଛି । ବ୍ରାହ୍ମଣି ନଦୀରେ ମଧ୍ୟ କିଛି ଅଂଶରେ ପାଣି ବୃଦ୍ଧି ପାଇଛି । ଜଳକା ନଦୀ ଯେଇଁଠିକି ଅଳ୍ପ ବର୍ଷା ହେେଲେ ମଧୟ ବନ୍ୟା ପରିସ୍ଥିତି ସୃଷ୍ଟି କରେ ସେଠି ମଧୟ ଜଳ ସ୍ତର ବୃଦ୍ଧି ପାଇଛି । ଆହୁରି କହିଛନ୍ତି ବନ୍ୟା ମୁକାବିଲା ପାଇଁ ଜଳସଂପଦ ବିଭାଗର ସମସ୍ତ କର୍ମଚାରୀ ତତ୍ପର ଅଛନ୍ତି । ହୀରାକୁଦ ଜଳଭଣ୍ଡାରର ଜଳସ୍ତରକୁ ୬୨୮ ଫୁଟ ରଖିବାକୁ ନିଷ୍ପତ୍ତି ନିଆଯାଇଥିବା ବେଳେ ବଳକା ଜଳକୁ ନିଷ୍କାସନ କରିବାକୁ ଅଧିକ ଗେଟ ଖୋଲାଯିବ । ଏବେ ୧୮ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ଅଧିକ ଗେଟ ଖୋଲାଯିବା ପରେ ମୁଣ୍ଡୁଳିଠାରେ ଘଣ୍ଟାପ୍ରତି ୭ ଲକ୍ଷ କ୍ୟୁସେକ୍ ବନ୍ୟାଜଳ ପ୍ରବାହିତ ହେବାର ସମ୍ଭାବନା ରହିଛି । ଲଗାଣ ବର୍ଷା ଯୋଗୁଁ ରାଜ୍ୟର ୨୧ଟି ଜିଲ୍ଲା ପ୍ରଭାବିତ ହୋଇଛି । ପ୍ରାୟ ୨୦ ଲକ୍ଷ ୪୮ ହଜାର ଲୋକ ପ୍ରଭାବିତ ହୋଇଛନ୍ତି ଓ ୩୮୪୮ଟି ବାସଗୃହ କ୍ଷତିଗ୍ରସ୍ତ ହୋଇଥିବା ମଧ୍ୟ ସୂଚନା ଦେଇଛନ୍ତି ।
previous post