ବିଶ୍ୱ

ଆଜି ଶପଥ ନେବେ ମହମ୍ମଦ ୟୁନୁସ

ଢ଼ାକା: ଆଜି ବାଂଲାଦେଶରେ ଅନ୍ତରୀଣ ସରକାରର ଶପଥ ଗ୍ରହଣ । ମହମ୍ମଦ ୟୁନୁସ ସରକାରଙ୍କ ମୁଖ୍ୟ ଭାବେ ଶପଥ ନେବେ । ତେବେ ସରକାରର ପରାମର୍ଶଦାତା ପରିଷଦରେ ରହିପାରନ୍ତି ୧୫ ଜଣ ସଦସ୍ୟ । ଏନେଇ ଘୋଷଣା କରିଛନ୍ତି ସେନା ମୁଖ୍ୟ ଜେନେରାଲ ୱାକର- ଉଜ୍- -ଜମାନ । ଅନ୍ତରୀଣ ସରକାର ଆଜି ରାତି ୮ଟାରେ ଶପଥ ନେବ। ପରାମର୍ଶଦାତା ପରିଷଦରେ ୧୫ ସଦସ୍ୟ ରହିବେ। ୟୁନୁସ୍‌ଙ୍କୁ ସଶସ୍ତ୍ର ବଳ ସବୁ ପ୍ରକାର ସମର୍ଥନ ଦେବ।

ରାଷ୍ଟ୍ରପତି ମହମ୍ମଦ ଶାହାବୁଦ୍ଦିନ ପାର୍ଲାମେଣ୍ଟକୁ ଭଙ୍ଗକରି ନୋବେଲ ପୁରସ୍କାର ବିଜେତା ମହମ୍ମଦ ୟୁନୁସ୍‌ଙ୍କୁ ଅନ୍ତରୀରଣ ସରକାରରେ ମୁଖ୍ୟ ପରାମର୍ଶଦାତା ନିଯୁକ୍ତ କରିଛନ୍ତି। ୮୪ ବର୍ଷୀୟ ୟୁନୁସ୍‌ ଷ୍ଟୁଡେଣ୍ଟ୍‌ସ ଏଗେନ୍‌ଷ୍ଟ ଡିସ୍‌କ୍ରିମିନେଶନ୍‌ ଆନ୍ଦୋଳନର ନେତୃତ୍ୱ ନେଇଥିବା ‘ସାହସୀ ଛାତ୍ରୀଛାତ୍ର’ଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ୟୁନୁସ୍‌ କହିଛନ୍ତି, ଆମ ନୂଆ ବିଜୟର ଉପଯୁକ୍ତ ବିନିଯୋଗ କରିବା। ନିଜ ଭୁଲ୍‌ ଯୋଗୁ ପଥଚ୍ୟୁତ ହେବାନାହିଁ ବୋଲି ବର୍ଷୀୟାନ୍‌ ଅର୍ଥନୀତିଜ୍ଞ ୟୁନୁସ କହିଛନ୍ତି। ସେ ପ୍ୟାରିସ୍‌ରୁ ଆଜି ବାଂଲାଦେଶକୁ ଫେରିବା ପରେ ଦାୟିତ୍ୱ ଗ୍ରହଣ କରିବେ।

Related posts

୨୮ରୁ ଶ୍ରୀଲଙ୍କାରେ ଗୀତା ମହୋତ୍ସବ -୨୦୨୪ 

mahabharatanews

ମଲରେ ଭୟାବହ ଅଗ୍ନିକାଣ୍ଡ, ୯ ମୃତ

mahabharatanews

ବାଂଲାଦେଶରେ ନରସଂହାର ପାଇଁ ଦାୟୀ ୟୁନୁସ ସରକାର-ହସିନା

mahabharatanews