bharat

ରିଲ୍ସ ପାଇଁ ଜୀବନ ସହ ବାଜି, ଜଳର ପ୍ରଖର ସ୍ରୋତରେ ଭାସିଗଲେ ଦୁଇ ଯୁବକ . . .

ନୂଆଦିଲ୍ଲୀ : ରିଲ୍ସ ନିଶାରେ ପାଗଳ ଯୁବପିଢ଼ି । ସାମାନ୍ୟ କେଇଟା ଲାଇକ୍ ଓ କମେଣ୍ଟ୍ ପାଇଁ ଜୀବନକୁ ବାଜିରେ ଲଗେଇ ଦେଉଛନ୍ତି । ଏପରି ରିଲ୍ସ କରିବା ସମୟରେ ଅନେକ ଲୋକ ଜୀବନ ହରାଇଥିଲେ ସୁଦ୍ଧା ସେମାନଙ୍କ ଚେତା ପଶୁନି । ନିକଟରେ ଏଭଳି ଏକ ଭିଡିଓ ସାମ୍ନାକୁ ଆସୁଛି, ଯେଉଁଥିରେ ୨ଜଣ ଯୁବକ ପ୍ରଖର ଜଳ ସ୍ରୋତରେ ଝରଣା ମଝିରେ ଫସି ରହିଥିବା ନଜର ଆସୁଛନ୍ତି । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି ।

୨ ଜଣ ଯୁବକ ପ୍ରଖର ଜଳ ସ୍ରୋତରେ ଫସି ରହିଥିବା ଭିଡିଓରେ ଦେଖିବାକୁ ମିଳୁଛି । ନିଜ ଜୀବନ ରକ୍ଷା କରିବା ପାଇଁ ଝରଣା କଡରେ ଲାଗିଥିବା ଚେନକୁ ଧରିଛନ୍ତି । ଏହି ସମୟରେ ଜଣେ ଯୁବକଙ୍କ ହାତ ଖସି ଯାଉଛି ଏବଂ ପାଣିର ପ୍ରଖର ସ୍ରୋତରେ ସେ କିଛି ବାଟ ଭାସି ଯାଉଛନ୍ତି ।

ଆପ୍ରାଣ ଉଦ୍ୟମ ସତ୍ତ୍ୱେ ତାଙ୍କୁ ବଞ୍ଚାଇବା ସମ୍ଭବପର ହୋଇନି । ଏହି ଦୁର୍ଘଟଣାରେ ଜଣେ ପ୍ରାଣ ହରାଇଥିବା ବେଳେ ଆଉ ଜଣେ ସୌଭାଗ୍ୟବଶତଃ ବଞ୍ଚିଯାଇଛନ୍ତି ।

 

Related posts

ରାଜ୍ୟସଭା ସାଂସଦ ଭାବେ ଶପଥ ଗ୍ରହଣ କଲେ ଅଜିତ୍ ପାୱାରଙ୍କ ପୁଅ ପାର୍ଥ ପାୱାର ।

mahabharatanews

ଆପ୍ ନେତା ମନୀଷ ସିସୋଦିଆଙ୍କୁ ସର୍ତ୍ତମୂଳକ ଜାମିନ୍

mahabharatanews

ଠକ ରିକ୍ସାବାଲା, ୨ କିଲୋମିଟର ପାଇଁ ବିଦେଶୀନିଙ୍କ ଠାରୁ ଦାବି କଲେ ୬୦୦୦ ଭଡ଼ା

mahabharatanews