ବିଶ୍ୱ

ପାକିସ୍ତାନ ଉପରେ ପୁଣି ସର୍ଜିକାଲ ଷ୍ଟ୍ରାଇକ୍

(ଦିଲ୍ଲୀ): ପାକିସ୍ତାନ ଉପରେ ପୁଣି ସର୍ଜିକାଲ ଷ୍ଟ୍ରାଇକ୍ କଲା ଇରାନ । ଇରାନର ସେନା ପାକିସ୍ତାନରେ ପ୍ରବେଶ କରି ଆତଙ୍କବାଦୀ ସଂଗଠନ ଜୈଶ ଅଲ-ଅଦଲର କମାଣ୍ଡର ଇସମାଇଲ ଶାହବକ୍ସ ଏବଂ ତା’ର କିଛି ସହଯୋଗୀଙ୍କୁ ନିପାତ କରିଛି। ଇରାନର ସରକାରୀ ଟାର୍ଗେଟ କରି ‘ଇରାନ୍ ଇଣ୍ଟରନ୍ୟାସନାଲ୍’ ଏହି ସୂଚନା ଦେଇଛି।

ସୂଚନାନୁଯାୟୀ , ପ୍ରାୟ ମାସକ ତଳେ ଇରାନ ପାକିସ୍ତାନରେ ଏୟାର ଷ୍ଟ୍ରାଇକ୍ କରିଥିଲା, ବଦଳରେ ପାକିସ୍ତାନ ମଧ୍ୟ ଇରାନରେ ଏୟାର ଷ୍ଟ୍ରାଇକ୍ କରିଥିଲା। ୨୦୧୨ରେ ଜୈସ୍ ଅଲ୍-ଅଦଲ ଗଠନ ହୋଇଥିଲା। ଇରାନରେ ଥିବା ସୁନ୍ନି ବହୁଳ ଅଂଚଳରେ ଏହି ଆତଙ୍କବାଦୀ ସଂଗଠନ ନିଜର କାର୍ଯ୍ୟକଳାପ ଚଳାଇଥାଏ । ଏହି ସୁନ୍ନି କଠୋରପନ୍ଥା ସଂଗଠନକୁ ଇରାନ୍ ଆତଙ୍କବାଦୀ ସଂଗଠନ ବୋଲି କହୁଛି। ଏହା ଇରାନର ଦକ୍ଷିଣ-ପୂର୍ବ ପ୍ରଦେଶ ସିସ୍ତାନ-ବାଲୁଚିସ୍ତାନରେ ଅନେକ ଆତଙ୍କବାଦୀ କାଣ୍ଡ ଘଟାଇଛି । ଗତ କିଛି ବର୍ଷ ମଧ୍ୟରେ ଜୈଶ-ଅଲ-ଅଦଲ ଇରାନର ସୁରକ୍ଷା ବାହିନୀ ଉପରେ ଅନେକ ଥର ଆକ୍ରମଣ କରିଛି ।

Related posts

ଲାହୋରରେ ସିରିଜ ବିସ୍ଫୋରଣ: ୫ ମୃତ

mahabharatanews

ଆଇସିସି ମହିଳା ବିଶ୍ୱକପ୍ ଟ୍ରଫି ଜିତି ଅଷ୍ଟ୍ରେଲିଆ ସପ୍ତମ ଥର ଚାମ୍ପିୟନ

mahabharatanews

କିଭ ଉପରେ ୟୁକ୍ରେନର ଏୟାରଷ୍ଟ୍ରାଇକ

mahabharatanews