ବିଶ୍ୱ

ବ୍ରିଟେନରେ ହେବ ଜଗନ୍ନାଥ ମନ୍ଦିର

ଭାରତ ବାହାରେ ପ୍ରଥମ ଥର ପାଇଁ ହେଉଛି ଜଗନ୍ନାଥ ମନ୍ଦିର । ଏଥିପାଇଁ ୟୁକେ ଚାରିଟି ପକ୍ଷରୁ ପାଣ୍ଠି ସଂଗ୍ରହ କରାଯାଉଛି ଯେଉଁ ଥିରେ ମିଳିଛି ୨୫୦ କୋଟି ଟଙ୍କାର ଦାନ । ବ୍ରିଟେନରେ ମନ୍ଦିର ନିର୍ମାଣ ସକାଶେ ଏତେ ବଡ଼ ରକମର ଦାନ କରାଯାଇଛି । ଓଡ଼ିଆ ଉଦ୍ୟେଗୀ ବିଶ୍ୱନାଥ ପଟ୍ଟନାୟକ ଏହିଦାନ କରିଛନ୍ତି । ସେ ଏବେ ଫିନନେଷ୍ଟ ଗ୍ରୁପ ଅଫ୍ କମ୍ପାନୀର ଚେୟାରମେନ ରହିଛନ୍ତି । ଏହାସହ ଏହି କମ୍ପାନୀର ଏମଡି ଅରୁନ କର ମଧ୍ୟ ଏହି ମନ୍ଦିର ନିର୍ମାଣ ପାଇଁ ଦାନ କରିଥିବା ଜଣାପଡିଛି । ୟୁକେ ଶ୍ରୀ ଜଗନ୍ନାଥ ସୋସାଇଟି ପକ୍ଷରୁ ଅକ୍ଷୟ ତୃତୀୟା ଦିନ ହୋଇଥିବା ଜଗନ୍ନାଥ କନଭେନସନରେ ଏହି ଘୋଷଣା ହୋଇଛି । ଏହି କନଭେନସନରେ ୟୁକେ ରହୁଥିବା ୬୦୦ରୁ ଅଧିକ ଭକ୍ତ ଯୋଗ ଦେଇଥିଲେ । ୟୁରୋପରେ ଏହା ପ୍ରଥମ ଥର ପାଇଁ ଆୟୋଜିତ ହୋଇଥିବା ବେଳେ ଏହି କାର୍ୟ୍ୟକ୍ରମରେ ଭାରତର ଡେପୁଟି ହାଇ କମିଶନର ସୁଜିତ ଘୋଷ ଓ ଅମିତ ତ୍ରିପାଠୀ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ଗଜପତି ମହାରାଜ ଦିବ୍ୟସିଂହ ଦେବ ଓ ମହାରାଣୀ ଲୀଳାବତି ପାଟମହାଦେଇ ଯୋଗ ଦେଇଥିଲେ । ଲଣ୍ଡନ ସହରରେ ଉପଯୁକ୍ତ ୧୫ ଏକର ଜମି ଅଧିଗ୍ରହଣ ପାଇଁ ୨୫ ମିଲିୟନ ନିବେଶ କରାଯାଇଛି । ୨୦୨୪ର ଶେଷ ବେଳକୁ ଏହାର ପ୍ରଥମ ପର୍ୟ୍ୟାୟ ନିର୍ମାଣ କାର୍ୟ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି ।

Related posts

Bangladesh violence: ନେତାଙ୍କ ହୋଟେଲରେ ନିଆଁ ଲଗାଇଦେଲେ ବିକ୍ଷୋଭକାରୀ,ଜଳିଗଲେ ୮ ଜଣ

mahabharatanews

ପ୍ୟାରିସ ହିଂସାକାଣ୍ଡ; ନାବାଳିକାର ହତ୍ୟାକୁ ନିନ୍ଦା

mahabharatanews

ମରକ୍କୋ ଭୂକମ୍ପ; ମୃତ୍ୟୁ ସଂଖ୍ୟା ୨୯୭କୁ ବୃଦ୍ଧି

mahabharatanews