ବିଶ୍ୱ

ପୁଟିନଙ୍କୁ ହାର୍ଟଆଟାକ , ବେଡରୁମରେ ତଲେ ପଡିଯାଇଥିଲେ

ରୁଷ : ରୁଷ ରଷ୍ଟ୍ରପତି ଭ୍ଲାଦିମୀର ପୁଟିନଙ୍କୁ ହୃଦଘାତ । ନିକଟରେ ନିଜ ବେଡରୁମରେ ଥିବା ବେଳେ ସେ ହୃଦଘାତର ଶିକାର ହୋଇଥିବା ସୂଚନା ମିଳିଛି । ସେ ରୁମରେ ତଲେ ପଢିଥିବାର ସୁରକ୍ଷା କର୍ମୀ ଦେଖିଥିଲେ । ଯଦିଓ ଏନେଇ କୌଣସି ସ୍ପଷ୍ଟ ସୂଚନା ପ୍ରକାଶ ପାଇ ନାହିଁ କିନ୍ତୁ ୭୧ ବର୍ଷୀୟ ରଷ୍ଟ୍ର ନେତା ପୁଟିନ ଦୀର୍ଘଦିନ ହେବ ଅସୁସ୍ଥ ଥିବା ଚର୍ଚ୍ଚା ହେଉଛି । ତାଙ୍କୁ ତୁରନ୍ତ ଚିକିତ୍ସା ହସ୍ପିଟାଲରେ ପତ୍ତି କରାଯାଇଛି । ଏବେ ପୁଟିନ ସୁସ୍ଥ ଥିବା ସୂଚନା ମିଳିଛି ।

ଖବର ମୁତାବକ, ଗତକାଲି ମସ୍କୋ ସମୟ ପ୍ରାୟ ୨୧:୦୫ ରେ ପୁଟିନଙ୍କ ହୃଦଘାତ ହୋଇଥିଲା । ଫଳରେ ସେ ଚଟାଣରେ ପଡିଯାଇଥିଲେ । ରାଷ୍ଟ୍ରପତିଙ୍କ ବାସଭବନରେ ଡ୍ୟୁଟିରେ ଥିବା ଫେଡେରାଲ ପ୍ରୋଟେକ୍ଟିଭ୍ ସର୍ଭିସ ଅଧିକାରୀମାନେ ରାଷ୍ଟ୍ରପତିଙ୍କ ଶୋଇବା ଘରୁ କେହି ଜଣେ ପଡିଯିବାର ଶବ୍ଦ ଶୁଣିଥିଲେ। ଏହା ପରେ ସେ ରାଷ୍ଟ୍ରପତିଙ୍କୁ ଚଟାଣରେ ପଡ଼ିଯାଇଥିବା ଦେଖିବାକୁ ପାଇଥିଲେ ।

Related posts

ଆଖିବୁଜା ଗୁଳିମାଡ଼ କଲେ ଦୁର୍ବୃତ୍ତ ; ୭ ଜଣ ପୋଲିସ ଅଫିସରଙ୍କୁ ନିଲମ୍ବନ

mahabharatanews

ହକି ବିଶ୍ୱକପ ପାଇଁ ସଜେଇ ହେଇଛି ରାଉରକେଲା ସହର

mahabharatanews

ରାଣୀ ଏଲିଜାବେଥ କରୁଥିଲେ ୧୫ ଦେଶରେ ରାଜ୍

mahabharatanews