ଓଡିଶା

ରାଜ୍ୟର ଚତୁର୍ଥ ବିମାନ ବନ୍ଦର ଭାବେ ଜୟପୁର ଏୟାରପୋର୍ଟକୁ ଏରୋଡ୍ରମ୍ ଲାଇସେନ୍ସ ମିଳିଥିଲା

ଭୁବନେଶ୍ୱରରୁ ( ଆଶିଷ ରାଉତ):-ଭୁବନେଶ୍ୱରରୁ ଜୟପୁରକୁ ଆସନ୍ତା ୩୧ ତାରିଖରୁ ଉଡିବ ବିମାନ । ଏ ନେଇ ବିମାନ ଘରୋଇ ସଂସ୍ଥା ଇଣ୍ଡିଆ ୱାନ ଏୟାର ଟୁଇଟ୍ କରି ସୂଚନା ଦେଇଛନ୍ତି । ଏନେଇ ଉଷା ପାଢ଼ୀ ମଧ୍ଯ ସୂଚନା ଦେଇଛନ୍ତି।ରାଜ୍ୟର ଚତୁର୍ଥ ବିମାନ ବନ୍ଦର ଭାବେ ଜୟପୁର ଏୟାରପୋର୍ଟକୁ ଏରୋଡ୍ରମ୍ ଲାଇସେନ୍ସ ମିଳିଥିଲା । ଜୟପୁର ଏୟାର ପୋର୍ଟକୁ ବିମାନ ଉଡ଼ାଣ ନେଇ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ଅନୁମତି ଦେଇଥିଲେ । ଏହା ପରେ ଭୁବନେଶ୍ୱରରୁ ଜୟପୁରକୁ ଇଣ୍ଡିଆ ଓ୍ୱାନ୍ ଏୟାର ବିମାନ ଉଡ଼ିବ। ଅକ୍ଟୋବର ୩୧ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଭୁବନେଶ୍ୱର ବିମାନ ବନ୍ଦରରୁ ଶୁଭାରମ୍ଭ କରିବେ ।

ଯାତ୍ରୀମାନେ indiaoneair.com ୱେବସାଇଟରେ ଟିକେଟ ବୁକିଂ କରିପାରିବେ। ତାହା ପୁଣି ମାତ୍ର ୯୯୯ ଟଙ୍କାରେ। ଏହି ୯ ସିଟ୍ ବିଶିଷ୍ଟ ବିମାନରେ ଭୁବନେଶ୍ୱରରୁ ଜୟପୁର ଯିବାକୁ ଯାତ୍ରୀଙ୍କ ପାଇଁ ଟିକଟ ୯୯୯ ଟଙ୍କା ସହ ଅନ୍ୟାନ୍ୟ ଟ୍ୟାକ୍ସ ମିଶାଇ ମୋଟ ୧୦୪୯ ଟଙ୍କା ଧାର୍ଯ୍ୟ କରାଯାଇଛି। ଲଗେଜରେ ୭ ରୁ ୧୫ କିଲୋ ମଧ୍ୟରେ ଜିନିଷ ନେଇପାରିବେ ବୋଲି ଇଣ୍ଡିଆନ ୱାନ ଏୟାର ସଂସ୍ଥା ପକ୍ଷରୁ ଟୁଇଟ ମାଧ୍ୟମରେ ସୂଚନା ଦିଆଯାଇଛି

Related posts

ସମୟର ଆହ୍ୱାନ: ମୁଁ ଛାଡି ଆମେକୁ ଆପଣାଉ ରାଜ୍ୟ ବିଜେପି

mahabharatanews

ORHDC ଦୁର୍ନୀତି ମାମଲା, ପୂର୍ବତନ IAS ବିନୋଦ କୁମାରଙ୍କୁ ୫୦ ହଜାର ଟଙ୍କା ଫାଇନ ସହ ୩ ବର୍ଷ ସଜା ଶୁଣାଇଛନ୍ତି କୋର୍ଟ

mahabharatanews

ରାଜ୍ୟସଭାରେ ଏନଡିଏକୁ ଝଟକା

mahabharatanews

Leave a Comment