ଓଡିଶା

ଅନୁଭବଙ୍କ ବିରୋଧରେ ଚାର୍ଜଫ୍ରେମ ଦାଖଲ ପାଇଁ ନିର୍ଦ୍ଦେଶ

(କେନ୍ଦ୍ରାପଡ଼ା) : ଓଲିଉଡ଼ ଅଭିନେତା ଅନୁଭବଙ୍କ ବିରୋଧରେ ଚାର୍ଜଫ୍ରେମ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ଅନୁଭବଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶନୀଙ୍କ ପକ୍ଷରୁ କରାଯାଇଥିବା ଘରୋଇ ହିଂସା ମାମଲାର ଶୁଣାଣି କରି ଏଭଳି ନିର୍ଦ୍ଦେଶ ଦେଇଛନ୍ତି କଟକ ଜେଏମଏଫସି ସ୍ୱତନ୍ତ୍ର କୋର୍ଟ।

ସୂଚନାନୁଯାୟୀ , ଅନୁଭବଙ୍କ ବିରୋଧରେ କଟକ ପୁରୀଘାଟ ଥାନରେ ବର୍ଷା ଅଭିଯୋଗ କରିଥିଲେ। ଏହି ମାମଲା ଏବେ କୋର୍ଟରେ ବିଚାରଧୀନ ଅଛି। ଏହି ମାମଲାରେ ଅନୁଭବଙ୍କ ଡିସଚାର୍ଜ ଆବଦେନର ଗତକାଲି ଶୁଣାଣି ହୋଇଥିଲା। ଅନୁଭବଙ୍କ ଡିସଚାର୍ଜ ପିଟିସନ୍ ଖାରଜ କରିବା ସହ ମାମଲାର ଶୁଣାଣି କରି ଏଭଳି ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।

Related posts

ଆଗାମୀ ୭୨ ଘଣ୍ଟା ଶିଶୁକନ୍ୟା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ 

mahabharatanews

ନାରୀଶକ୍ତି ସମ୍ମାନରେ ସମ୍ମାନିତ ହେଲେ ଡ. ଶ୍ରୁତି ମହାପାତ୍ର

mahabharatanews

ମାର୍ଚ୍ଚ ୩୦ରୁ ଭୁବନେଶ୍ୱର-କେନ୍ଦୁଝରଗଡ଼କୁ ଗଡିବ ମେମୁ ଟ୍ରେନ

mahabharatanews