ଓଡିଶା

ଆଗାମୀ ୭୨ ଘଣ୍ଟା ଶିଶୁକନ୍ୟା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ 

(ସମ୍ବଲପୁର) : ଆଗାମୀ ୭୨ ଘଣ୍ଟା ଶିଶୁକନ୍ୟା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଶିଶୁଭବନ ସହ ଯୋଗାଯୋଗରେ ଥିବା କହିଲେ ଅଧୀକ୍ଷକ। ତେବେ ଶାରୀରିକ ଆଘାତ ଓ ସଂକ୍ରମଣ ଯୋଗୁଁ ଅବସ୍ଥା ଗୁରୁତର ରହିଛି । ଶିଶୁକନ୍ୟାଟି ICUରେ ଚିକିତ୍ସାଧୀନ ରହିଛି । ଆଗାମୀ ୫/୭ ଦିନ ଶିଶୁକନ୍ୟା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିବ ବୋଲି ଭୀମସାର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଶିଶୁକନ୍ୟାର ସ୍ୱାସ୍ଥ୍ୟାବସ୍ଥା ନେଇ ଭୀମସାର ଅଧୀକ୍ଷକଙ୍କ ସୂଚନା ।

ସୂଚନାନୁଯାୟୀ ,ଶିଶୁକନ୍ୟାର ରକ୍ତସ୍ରାବ ହେଉଥିବା ଅଲଟ୍ରା ସାଉଣ୍ଡରୁ ଜଣାପଡୁଛି । ଦେହ ସାରା ମଧ୍ୟ ଆଘାତ ଲାଗିଛି କହିଲେ ଭୀମସାର ଅଧୀକ୍ଷକ । ୩/୪ ଦିନ ଭିତରେ ଭଲ ହୋଇଯିବ ବୋଲି ଆଶା ରଖିଛୁ । ଶିଶୁଟି ମାତ୍ର ୩୪ ସପ୍ତାହର। ପ୍ରି ମ୍ୟାଚୁଅର ଭାବେ ଜନ୍ମ ନେଇଛି। ତା’ର ଓଜନ ୧ କିଲୋ ୬ ଶହ ଗ୍ରାମ୍ ରହିଛି।  ତା’ ଉପରେ ତୀକ୍ଷ୍ନ ନଜର ରଖିଛନ୍ତି। ତଥାପି, ଶିଶୁକନ୍ୟାର ଶୀଘ୍ର ଆରୋଗ୍ୟ ପାଇଁ ଉପଯୁକ୍ତ ଚିକିତ୍ସା ସହିତ ଯତ୍ନ ନିଆଯାଉଛି ବୋଲି ସୂଚନା ରହିଛି।

Related posts

ନାଳ ପାଣିରେ ପଶି  ପ୍ରତିବାଦ କଲେ ବିଧାୟକ ମହମ୍ମଦ ମୋକିମ

mahabharatanews

ବସ୍ତା ସାମ୍ବାଦିକ ସଂଘ ପକ୍ଷରୁ ଜାତୀୟ ସାମ୍ବାଦିକ ଦିବସ ଧୁମଧାମରେ ପାଳିତ

mahabharatanews

ମାଡ଼ିଗଲା ପିକଅପ ଭ୍ୟାନ୍ : ଚାଲିଗଲା ୩ ଜୀବନ

mahabharatanews