ଓଡିଶା

କର୍ଲାମୁଣ୍ଡା ବ୍ଳକ୍ ସମିତି ସଭ୍ୟମାନଙ୍କ ଗଣଧାରଣା

(କାହ୍ନୁଚରଣ ସାହୁ/କଳାହାଣ୍ଡି): କଳାହାଣ୍ଡି ଜିଲ୍ଲା କର୍ଳାମୁଣ୍ଡା ବ୍ଲକରେ ଆଜି ଉପଧ୍ୟକ୍ଷାଙ୍କ ସହିତ ସମିତି ସଭ୍ୟ ଏବଂ ସଭ୍ୟା ମାନେ ଗଣଧାରଣା ଦେଇଛନ୍ତି । ଗତ ଡିସେମ୍ବର ମାସରେ ବ୍ଳକ୍ ଅଧ୍ୟକ୍ଷ ଶ୍ରୀମତୀ ଅମୃତା ସାହୁଙ୍କ ବିପକ୍ଷରେ ଅନାସ୍ତା ପ୍ରସ୍ତାବ ଭୋଟ ଗ୍ରହଣ କରାଯାଇଥିଲା । ମାତ୍ର ଭୋଟ ଗଣତି ଉପରେ ମାନ୍ୟବର ଉଚ୍ଚ ନ୍ୟାୟାଳୟ ରହିତାଦେଶ ଜାରି କରିଥିଲେ । ପରେ ଚଳିତବର୍ଷ ମେ ମାସରେ ଉକ୍ତ ରହିତାଦେଶକୁ ଉଚ୍ଚ ନ୍ୟାୟାଳୟ ଉଠାଇ ଦେଇଥଲେ । ଫଳରେ ଗତ ୨୦ ଜୁଲାଇରେ ଭୋଟ ଗଣତି ପାଇଁ ଉପଜିଲ୍ଲାପାଳ ସମସ୍ତ ସମିତି ସଭ୍ୟ ଓ ସଭ୍ୟା ଓ ସରପଞ୍ଚ ମାନଙ୍କୁ ନୋଟିସ୍ ଜାରି କରିଥିଳେ । ପରବର୍ତ୍ତୀ ମୁହୁର୍ତ୍ତରେ ଜିଲ୍ଲାପାଳ ଭୋଟ ଗଣତିକୁ ସ୍ଥଗିତ ରଖିଥିଲେ । କିନ୍ତୁ ମାନ୍ୟବର ଉଚ୍ଚ ନ୍ୟାୟାଳୟ ଉକ୍ତ କେସ୍କୁ ବରଖାସ୍ତ କରି ଭୋଟ ଗଣତି ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହା ସତ୍ତେ୍ୱ ଉପଜିଲ୍ଲାପାଳ ଭୋଟ ଗଣତି ଓ ଫଳାଫଳ ଘୋଷଣା କରିନଥିବାରୁ ବ୍ଲକ ସମିତି ସଭ୍ୟମାନେ ଅସନ୍ତୋଷ ବ୍ୟକ୍ତ କରି ଧାରଣାରେ ବସିଛନ୍ତି ।

Related posts

ଏସଓପି ପାଳିନ ପୂର୍ବକ ଖୋଲିଲା ନବମ ଶ୍ରେଣୀ

mahabharatanews

କେନ୍ଦ୍ରୀୟ ଟିମ୍ କର୍ଲାପାଟ ଅଭୟାରଣ୍ୟ ହାତୀ ମୃତ୍ୟୁ ଘଟଣାର ତଦନ୍ତ ପାଇଁ ପହଞ୍ଚିଛି

mahabharatanews

ଆଜି ୧୨ ଘଣ୍ଟିଆ  କୁଚିଣ୍ଡା ବନ୍ଦ

mahabharatanews