ଓଡିଶା

୪ ବର୍ଷରେ ୧୯୨ କଲରାପତରିଆ ଉଭାନ

(ଭୁବନେଶ୍ୱର) : ଓଡ଼ିଶାରୁ କୁଆଡେ ଗଲେ କଲରାପତରିଆ ବାଘ । ସାରା ଦେଶରେ କଲରାପତରିଆ ବାଘ ସଂଖ୍ୟା ବଢ଼ିଥିବା ବେଳେ, ଓଡ଼ିଶାରେ କମୁଥିବା ସୂଚନା ରହିଛି । ଓଡ଼ିଶାରେ କଲରାପତରିଆ ବାଘ ସଂଖ୍ୟା ୫୬୮କୁ ହ୍ରାସ ପାଇଛି । ଚାରି ବର୍ଷ ତଳେ ଥିଲା ୭୬୦ ସଂଖ୍ୟା ଥିଲା ।

ସୂଚନାନୁଯାୟୀ ,  ରାଷ୍ଟ୍ରୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ ବା NTCAର ଷ୍ଟାଟସ୍ ଅଫ୍ ଲିଓପାର୍ଡସ୍ ଇନ୍ ଇଣ୍ଡିଆ-୨୦୨୨ ରିପୋର୍ଟରୁ ଏଭଳି ଚିନ୍ତାଜନକ ତଥ୍ୟ ସାମ୍ନାକୁ ଆସିଛି । ଘନ ଘନ ବାଘ ଛାଲ ଜବତ ବି ଏକଥାକୁ ପ୍ରମାଣିତ କରୁଛି । ୨୦୧୮ ଗଣନା ଅନୁସାରେ ଓଡ଼ିଶା ଜଙ୍ଗଲରେ ୭୬୦ଟି କଲରାପତରିଆ ବାଘ ଥିଲେ । ୨୦୨୨ରେ ଏହି ସଂଖ୍ୟା ୫୬୮କୁ ଖସିଆସିଛି । ତେବେ ସାରା ଦେଶରେ କଲରାପତରିଆ ବାଘ ସଂଖ୍ୟା ୨୦୧୮ର ୧୨ ହଜାର ୮୫୨ ରେକର୍ଡ ହୋଇଥିବା ବେଳେ, ୨୦୨୨ରେ ଏହା ୧୩ ହଜାର ୮୭୪କୁ ବୃଦ୍ଧି ପାଇଛି । ଦେଶରେ ୪ବର୍ଷରେ ୯୮୨ କଲରାପତରିଆ ବଢ଼ିଛନ୍ତି । କିଛି ଦିନ ପୂର୍ବରୁ ଓଡ଼ିଶାରେ ବାଘ ଗଣନା କରାଯାଇଥିଲା। ରାଜ୍ୟରେ ଏବେ ମୋଟ ୭ଟି ବାଘଛୁଆ ସମେତ ୩୦ଟି ବାଘ ଅଛନ୍ତି । ସେଥିରେ ୧୩ଟି କଳାବାଘ ଚିହ୍ନଟ କରାଯାଇଥିଲା । ଶିମିଳିପାଳ ଅଭୟାରଣ୍ୟ ଅଂଚଳରେ ବିଶ୍ୱର ଏହି ବିରଳ ପ୍ରଜାତିର କଳାବାଘ ରହିଥିବା ଓଡ଼ିଶା ସରକାରଙ୍କ ରିପୋର୍ଟରୁ ସୂଚନା ମିଳିଥିଲା।

Related posts

ପଦ୍ମପୁର ଉପନିର୍ବାଚନ : ପ୍ରାର୍ଥୀ ଘୋଷଣା କଲେ ଦୁଇ ଦଳ; ବାକି ରହିଗଲା ବିଜେଡି

mahabharatanews

ରାଜ୍ୟରେ ୨୪ ଘଣ୍ଟାରେ ୨୨୭୫ ସଂକ୍ରମିତ ଚିହ୍ନଟ

mahabharatanews

ର୍ଦୁବୃତ୍ତଙ୍କ ଆକ୍ରମଣ ଦୋକାନୀ ଗୁରୁତର

mahabharatanews