ମନୋରଞ୍ଜନ

ଆସୁଛି ପ୍ରଭାସଙ୍କ ଅଭିନୀତ ‘Kalki 2898 AD’ 

(ମୁମ୍ବାଇ) : ସାଉଥ ସୁପରଷ୍ଟାର ପ୍ରଭାସଙ୍କ ଅଭିନୀତ ‘Kalki 2898 AD’ ରିଲିଜକୁ ଅପେକ୍ଷା କରିଛନ୍ତି । ତେବେ ଏହାରି ମଧ୍ୟରେ ଆଜି ଫିଲ୍ମ ମେକର୍ସ ଫ୍ୟାନ୍ସଙ୍କୁ ଦେଇଛନ୍ତି ଖୁସି ଖବର । ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ରର ଅଫିସିଆଲ୍ ରିଲିଜ୍ ତାରିଖ ଘୋଷଣା କରିଛନ୍ତି। ନିର୍ମାତାମାନେ ସୋସିଆଲ ମିଡିଆରେ ପ୍ରଭାସଙ୍କ ଫିଲ୍ମର ନୂଆ ପୋଷ୍ଟର ସହିତ ”Kalki 2898 AD’ ରିଲିଜ୍ ତାରିଖ ଘୋଷଣା କରିଛନ୍ତି। ପ୍ରଭାସଙ୍କ ସିନେମା ଜାନୁଆରୀ ୨୦୨୪ରେ ମୁକ୍ତିଲାଭ କରିବ ବୋଲି ଆଶା କରାଯାଉଥିଲା ହେଲେ ବର୍ତ୍ତମାନ ଏହି ଫିଲ୍ମ 9 ମେ ୨୦୨୪ରେ ବଡ ପରଦାରେ ମୁକ୍ତିଲାଭ କରିବ ।

ସୂଚନାନୁଯାୟୀ , ନାଗ ଅଶ୍ୱିନଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ କମଲ ହାସନ, ପ୍ରଭାସ, ଦୀପିକା ପାଦୁକୋଣ, ଅମିତାଭ ବଚ୍ଚନ ଏବଂ ଦିଶା ପଟାନି ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ । ଏହି ଚଳଚ୍ଚିତ୍ରର ଦୁଇଟି ପାର୍ଟ ରିଲିଜ୍ ହେବ । ପ୍ରଥମ ଭାଗ ୨୦୨୪ରେ ମୁକ୍ତିଲାଭ କରିବ । ତେବେ ଏହି ସିନେମା ପୂର୍ବରୁ ପ୍ରଭାସଙ୍କର ଅନେକ ଫିଲ୍ମ ଫ୍ଲପ୍ ହୋଇଥିଲା । ତାଙ୍କୁ ବେଶ୍ ଟ୍ରୋଲର ଶିକାର ହେବା ପାଇଁ ମଧ୍ୟ ପଡିଥିଲା । ସେହିପରି ଦୀପିକା ପାଦୁକୋଣଙ୍କ ଫିଲ୍ମ ‘ଫାଇଟର୍’ ଜାନୁଆରୀ ୨୬ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି। ଏହି ଚଳଚ୍ଚିତ୍ରରେ ସେ ପ୍ରଥମ ଥର ହ୍ରିତିକ ରୋଶନଙ୍କ ସହ ସ୍କ୍ରିନ୍ ସେୟାରକ କରିବେ ।

Related posts

ବଲିଉଡ୍‌ ଅଭିନେତା ବୀର ଦାସଙ୍କୁ ଆନ୍ତର୍ଜାତିକ ଏମି ପୁରସ୍କାର

mahabharatanews

ଜାଣନ୍ତୁ ଫିଲ୍ମ ‘ଓଏମଜି-୨’ପାଇଁ କେତେ କୋଟି ନେଇଛନ୍ତି ଅକ୍ଷୟ କୁମାର

mahabharatanews

ଭାଇଜାନଙ୍କୁ ଏଭଳି ଦେଖି ଚିନ୍ତିତ ହୋଇପଡିଲେ ଫ୍ୟାନ

mahabharatanews