ଓଡିଶା

ଆଇସିୟୁରେ ଭର୍ତ୍ତି ହେଲେ କମଳା ପୂଜାରୀ

ଜ୍ୱର ଓ ଝାଡାରେ ପୀଡିତ ହୋଇଥିବା ସୂଚନା
କଟକ: ପଦ୍ମଶ୍ରୀ କମଳା ପୂଜାରୀଙ୍କୁ ଆସିୟୁରେ ଭର୍ତ୍ତି କରାଯାଇଛି। ସେ ଜ୍ୱର ଓ ଝାଡାରେ ପୀଡିତ ହୋଇଥିବାବେଳେ କିଡୀନ ଜନିତ ରୋଗ ଲାଗି ଅସୁସ୍ଥ ଥିବା ସୂଚନା ମିଳିଛି। ପୂର୍ବରୁ ଅସୁସ୍ଥତା କାରଣରୁ ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ଦୀର୍ଘ ଦିନ ଧରି ସେଠାରେ ଚିକିତ୍ସିତ ହେବା ପରେ ସୁସ୍ଥ ହୋଇ ଘରକୁ ଫେରିଥିଲେ। ତେବେ ରବିବାର ଦିନ ପୁଣି ଥରେ ଅସୁସ୍ଥ ହୋଇପଡିବାରୁ ତାଙ୍କୁ ସ୍ୱତନ୍ତ୍ର ଆମ୍ବୁଲାନ୍ସ ଯୋଗେ କଟକ ଏସସିବିକୁ ଅଣାଯାଇଥିଲା। ସେଠାରେ ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳଙ୍କ ଦ୍ୱାରା ଚେକ ଅପ କରାଯିବା ପରେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ଗତ ଦୁଇ ବର୍ଷ ଧରି କୀଡିନ ଜନିତ ରୋଗରେ ପୀଡିତ ଥିବା ଜଣାପଡିଛି। କମଳା ପୂଜାରୀ ରାଜ୍ୟରେ ଲୋପ ପାଇଯାଉଥିବା ବିରଳ ପ୍ରଜାତିର ଧାନ ସଂଗ୍ରହ କରି ଚର୍ଚ୍ଚାକୁ ଆସିଥିଲେ। ଏଥିପାଇଁ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା।

Related posts

ବଢୁଛି ଡେଙ୍ଗୁ ଆକ୍ରାନ୍ତ ସଂଖ୍ୟା; ୪୦ଟି ସ୍ଥାନ ରେଡ୍‌ ଜୋନ 

mahabharatanews

କୋଲାବ ଡ୍ୟାମ୍ରେ ବୁଡି ୩ ଛାତ୍ରଙ୍କ ମୃତ୍ୟୁ

mahabharatanews

୨୦ କିଲୋ ଚାଉଳ , ୨ କିଲୋ ମାଛରେ ଚଳୁଛି ପରିବାର

mahabharatanews