ମନୋରଞ୍ଜନ

ଛୋଟ ପରଦାରେ କଙ୍ଗନା ରାଣାୱତ

ମୁମ୍ବାଇ : ଆପଣ ମାନେ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କୁ ସବୁବେଳେ ଅନେକ ଚର୍ଚ୍ଚିତ ଚଳଚ୍ଚିତ ସହ ବଡପରଦା ରେ ଦେଖିଥିବେ । କିନ୍ତୁ ଏଥର କଙ୍ଗନା ନଜର ଆସିବେ ଛୋଟ ପରଦାରେ । ଛୋଟ ପରଦାରେ ପ୍ରସାରିତ ହେଉଥିବା ରିୟାଲିଟି ସୋ’ ‘ଲକ୍ ଅପ୍’ର ଉପସ୍ଥାପିକା ସାଜିଛନ୍ତି କଙ୍ଗନା। ଏହାର ଟ୍ୟାଗ୍ଲାଇନ୍ ରହିଛି ‘ବଦମାସ୍ ଜେଲ୍ ଅତ୍ୟାଚାରୀ ଖେଲ୍’।

‘ବିଗ୍ ବସ୍’ ସିଜିନ୍-୧୫ରେ ଭାଗ ନେଇଥିବା କରନ୍ କୁନ୍ଦ୍ରା କଙ୍ଗନାଙ୍କ ଏହି ସୋ’ରେ ଜଣେ ଜେଲର୍ ଭୂମିକାରେ ଅବତୀର୍ଣ୍ଣ ହେଇଛନ୍ତି। କରନଙ୍କ ଧମାକା ଦାର ଏଣ୍ଟ୍ରିରେ ପୁରା ଜେଲ ଚମକି ଉଠିଛି । କରନ କହିଛନ୍ତି ‘ଶରାଫତ୍ କିସ୍ ଚିଡିୟା କା ନାମ ହୈ, ଲଗତା ହୈ ୟେ ସବ ଭୁଲ ଗୟେ ହେଁ, ୟାଦ ଦିଲାନେ କା ୱକ୍ତ ଆ ଗୟା ହୈ’। ଏହା ସହ ସେ କହିଛନ୍ତି, ‘ମୁଁ ଏବେ ସେ ସମସ୍ତଙ୍କୁ ବାଟକୁ ଆଣିବା ପାଇଁ କୁଇନ୍ଙ୍କ ବଦମାସ ଜେଲ୍ ଭିତରକୁ ଆସୁଛି। ଏବେ ଅସଲି ଅତ୍ୟାଚାରୀଙ୍କ ଖେଳ ଆରମ୍ଭ ହେବ’। ଏଇ ସୋ’ରେ କରଣବୀର ଭୋରା ମଧ୍ୟ ଚୋରି କେସ୍ରେ ଅଭିଯୁକ୍ତ ହେଇ ବେଶ୍ ଚର୍ଚ୍ଚାକୁ ଆସିବେ।

କଙ୍ଗନାଙ୍କ ଏହି ସୋ ୪୮ ଘଣ୍ଟା ଭିତରେ ଦେଢ କୋଟି ଦର୍ଶକଙ୍କ ସମର୍ଥନ ପାଇସାରିଲାଣି । ଏବଂ ଏହି ସୋ ‘ଲକ୍ ଅପ୍’ ଏମ୍ଏକ୍ସ ପ୍ଲେୟାର୍ ଓ ଅଲ୍ଟ ବାଲାଜୀର ମିଳିତ ନିବେଦନରେ ପ୍ରସ୍ତୁତ ହୋଇଛି ।

Related posts

ଓଟିଟିରେ ନଜର ଆସିବେ ଭାଇଜାନ୍‌

mahabharatanews

ଗଦର-୨’ପାଇଁ ବିବାଦୀୟ ବୟାନଦେଇ ଚର୍ଚ୍ଚାରେ କମାଲ ଆର୍ ଖାନ୍ 

mahabharatanews

ଖୁବଶୀଘ୍ର ପରଦାକୁ ଆସିବ ‘ଗୋଲମାଲ ୫’ 

mahabharatanews