ଅପରାଧ

କଙ୍ଗାରୁ କୋର୍ଟର ଫସର ଫାଟିଲା

ଭୁବନେଶ୍ୱର(ଆଦର୍ଶ ରାଉତ): ଭୁବନେଶ୍ୱର ସାଲିଆ ସାହି ବସ୍ତିରୁ ତିନି ଜଣ ମହିଳାଙ୍କୁ ଗିରଫ କରିଛି ନୟାପଲ୍ଲୀ ଥାନା ପୋଲିସ । କଙ୍ଗାରୁ କୋର୍ଟ ନାଁରେ ସର୍ବସାଧାରଣରେ ଦୁଇ ଜଣ ନାବଳକ ପିଲାଙ୍କୁ ଶାସ୍ତି ଦେବା ଏବଂ ବିନା ଦୋଷରେ ଫାଇନ ଭାବେ ଟଙ୍କା ଆଦାୟ କରିବା ଅଭିଯୋଗରେ ପୋଲିସ ଏମାନଙ୍କୁ ଗିରଫ କରିଥିବା ଜଣା ପଡିଛି ।
ରାଜଧାନୀ ଭୁବନେଶ୍ୱରର ସାଲିଆସାହି ବସ୍ତିରୁ ନୟାପଲ୍ଲୀ ଥାନା ପୋଲିସ ତିନି ଜଣ ଲେଡି ଡନଙ୍କୁ ଗିରଫ କରିଛି । କଙ୍ଗାରୁ କୋର୍ଟର ଏହି ତିନି ମହିଳା ଥିଲେ ଲେଡି ଡନ । ବହୁ ଦିନ ହେବ ସାଲିଆ ସାହିରେ ଆତଙ୍କ ଖେଳାଇବା ସହିତ ଛୋଟ ପିଲାଙ୍କୁ ଶାସ୍ତି ଦେଇ ସେମାନଙ୍କ ପରିବାରରୁ ଅ।।ଦାୟ କରୁଥିଲେ ଫାଇନ । ଛୋଟ ପିଲାମାନଙ୍କୁ ଆଣ୍ଠେଇ ଦେବା ଏବଂ ଉଠବସ କରିବା ଭଳି ଦଣ୍ଡ ଦେଉଥିଲେ ଏହି ତିନି ମହିଳା । କଙ୍ଗାରୁ କୋର୍ଟକୁ ଏମାନେ କରୁଥିଲେ ନିଜର ହତିଆର । ପିଲା ମାନଙ୍କ ଝଗଡାକୁ ଏମାନେ ସମାଧାନ କରିଥିଲେ । କିନ୍ତୁ ପରେ ସେମାନଙ୍କୁ ଦୋଷୀ ସାବ୍ୟସ୍ତ କରି ପରିବାରକୁ ଫାଇନ ଦେବାକୁ ବାଧ୍ୟ କରିଥିଲେ । ଜରିମାନା ଟଙ୍କା ନଦେଲେ ଏକ ଘରିଆ କରି ପାଣି ଏବଂ ବିଦ୍ୟୁତ ସରବରାହ କାଟି ଦେବା ପାଇଁ ଧମକ ଦେଇଥଲେ ଏହି ଲେଡି ଡନ । ତେବେ ଭୟରେ ନିରୁପାୟ ହୋଇ ପରିବାର ଲୋକେ କିଛି ଦୋଷ ନଥାଇ ସୁଦ୍ଧା ୫୦୦୦ ଟଙ୍କାର ତଣ୍ଡ ଗଣିଥିଲେ । ତେବେ ଏ ନେଇ ଅଭିଯୋଗ ପରେ ତିନି ଲେଡି ଡନ ସରୋଜିନୀ ସାହୁ, ଅନିତା ନାୟକ ଏବଂ କବିତା ଭୂୟାଁଙ୍କୁ ଗିରଫ କରିଛି ନୟାପଲ୍ଲୀ ଥାନା ପୋଲିସ ।

Related posts

ଟ୍ରାଭେରାରୁ ୮ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

mahabharatanews

ପୋଲିସ ପଞ୍ଝାରେ ୫ ମୋବାଇଲ ଲୁଟେରା

mahabharatanews

ବମିଖାଲ ପୂଜାମଣ୍ଡପରେ ୧୫ ମିନିଟରେ ଚୋରି ହେଲା ୪ଟି ଚେନ

mahabharatanews