ଓଡିଶା

ଏନଟିପିସି,କଣିହାଁ ପକ୍ଷରୁ ସହୀଦ୍ ଜବାନଙ୍କ ଉଦେଶ୍ୟରେ ଶ୍ରଦ୍ଧାଜଂଳୀ

(କଣିହାଁ/ଜ୍ୟୋତିରଂଜନ ଧର) : ଅନୁଗୋଳ ଜିଲ୍ଲା ତାଳଚେର ଉପଖଣ୍ଡ ଅନ୍ତର୍ଗତ କଣିହାଁ ବ୍ଲକ ଏନ୍ଟିପିସି ପରିବାର ପକ୍ଷରୁ ଦିପଶିଖା ସ୍ଥାୟୀ କଲୋନୀ ସି୍ଥତ ଦୈନିକ ବଜାର ଠାରେ ସହୀଦ ଯବାନ୍ଙ୍କ ଅମର ଆତ୍ମାର ସଦ୍ଗତି କାମନା ଉଦ୍ଦେଶ୍ୟରେ ଗତ ଗୁରୁବାର ସଂଧ୍ୟାରେ ଏକ ଶ୍ରଦ୍ଧାଜଂଳୀ ସଭା ଅନୁଷ୍ଠିତ ହୋଇଯାଇଛି । ଭାରତର ବୀର ଯବାନ୍ ମାନେ ନିରସ୍ତ୍ର ଥିବାବେଳେ ଚୀନ ସୈନିକଙ୍କ ବର୍ବୋଚିତ ଆକ୍ରମଣ ଫଳରେ ଆମ ଦେଶର ଲଦାଖର ଗଲୱାନ ଉପତ୍ୟକାରେ ୨୦ଜଣ ବୀର ଯବାନ୍ ସହୀଦ୍ ହୋଇଯାଇଥିଲେ । ଚୀନ୍ ସେନାବାହୀନିର ଏପରି ଆକ୍ରମଣ କାପୁରୁଷତାର ପରିଚୟ ଦେଇଛି । ଚୀନ୍ର ଏଭଳି କାର୍ଯ୍ୟକୁ ଏନଟିପିସି ପରିବାର ପକ୍ଷରୁ ଗଭୀର ନନ୍ଦା ପ୍ରକଟ କରିବା ସହିତ ସହୀଦ୍ ଯବାନ୍ଙ୍କ ଅମର ଆତ୍ମାର ଶାନ୍ତି କାମନା ପାଇଁ ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ । କାର୍ଯ୍ୟକ୍ରମରେ ଏନଟିପିସ ିକର୍ମଚାରୀ, ଶ୍ରମିକ ସଂଗଠନର କର୍ମକର୍ତା ୧ମିନିଟ୍ ନୀରବ ପ୍ରାର୍ଥନା କରିଥିଲେ । ସେହିପରି ଅନୁରୂପ ଭାବରେ ଅସ୍ଥାୟୀ କଲୋନୀ ପ୍ରତି ପରିବାର ପକ୍ଷରୁ ନିଜ ଘରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ସହୀଦ୍ ଜବାନଙ୍କ ପରିବାରବର୍ଗଙ୍କୁ ଅସୀମ ଶକ୍ତି ଓ ଧୈର୍ଯ୍ୟ ପ୍ରଦାନ ନିମନ୍ତେ ପ୍ରଭୁଙ୍କ ନିକଟରେ ଗୁହାରୀ କରିଥିଲେ ।

Related posts

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହେଲେ ସୁବର୍ଣ୍ଣପୁର ଜିଲ୍ଲା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଅଧିକାରୀ ସୁରେଶ ପାଣିଗ୍ରାହୀ

mahabharatanews

ରେକୁଳାରେ ମଙ୍ଗଳା ମନ୍ଦିର ନିର୍ମାଣ ପାଇଁ ଶିଳା ସ୍ଥାପନ

mahabharatanews

ଯୁବ ଚାଷୀ ପ୍ରିୟନାଥ ପଣ୍ଡାଙ୍କୁ ଭଦ୍ରକ ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ସମ୍ବର୍ଦ୍ଧନା

mahabharatanews