ଅପରାଧଓଡିଶା

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହେଲେ ସୁବର୍ଣ୍ଣପୁର ଜିଲ୍ଲା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଅଧିକାରୀ ସୁରେଶ ପାଣିଗ୍ରାହୀ

ସୁବର୍ଣ୍ଣପୁର; ଗିରଫ ହେଲେ ସୁବର୍ଣ୍ଣପୁର ଜିଲ୍ଲା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଅଧିକାରୀ ସୁରେଶ ପାଣିଗ୍ରାହୀ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଗିରଫକରିଛି । ତାଙ୍କର ୨ଟି ବିଲଡିଂ, ୪ ଏକରର ଏକ ଫାର୍ମ ହାଉସ୍, ସେଥିରେ ରହିଛି ୫୦୦ ଶାଗୁଆନ ଗଛ, ୧୯ଟି ପ୍ଲଟ । ଏଥି ମଧ୍ୟରୁ ବରଗଡ଼ରେ ୧୧ଟି, ୩ଟି ଭୁବନେଶ୍ଵରରେ, ୪ଟି ସମ୍ବଲପୁରରେ ଅଛି। ଏହା ସହିତ ୧ କୋଟି ୭୨ ଲକ୍ଷ ଟଙ୍କାର ଜମା, ଦେଢ଼ ଲକ୍ଷ ନଗଦ ମିଳିଥିଲା। ଏହା ପରେ ଭିଜିଲାନସ ତାଙ୍କୁ ଗିରଫ କରିଛି ।ବଲାଙ୍ଗୀର ତୁଳସୀ ନଗର ଘର, ସୋନପୁରରେ ଥିବା ଅଫିସ, ବରଗଡ ବିଜେପୁରରେ ଥିବା ଘର, ଭୁବନେଶ୍ବର ପଟିଆସ୍ଥିତ ଭଡ଼ାଘର, ସୋନପୁରସ୍ଥିତ ଭଡ଼ାଘର, ବଲାଙ୍ଗିର ତୁଳସୀ ନଗରସ୍ଥିତ ସମ୍ପର୍କୀୟଙ୍କ ଘର, ଭୁବନେଶ୍ବର ରୟାଲ ଲାଗୁନରେ ଥିବା ଭଡ଼ାଘରେ ରେଡ୍ କରିଥିଲା ଭିଜିଲାନ୍ସ ।

Related posts

ଘନ କୁହୁଡ଼ି, ଲୋକମାନ୍ୟ ତିଲକ ଏକ୍ସପ୍ରେସ ଲାଇନଚ୍ୟୁଚ

mahabharatanews

୨୯ ତାରିଖରୁ ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ସୌନ୍ଦର୍ଯ୍ୟକରଣ କାମ ଆରମ୍ଭ

mahabharatanews

ସମୀରଙ୍କ ଚିକିତ୍ସା ପାଇଁ ବିଧାୟକଙ୍କ  ପ୍ରତିଶ୍ରୁତି 

mahabharatanews