ଭୁବନେଶ୍ୱର/ଆଦର୍ଶ ରାଉତ: ଅନୁଗୁଳ ଜିଲ୍ଲା କଣିହାର ରେଭିନ୍ୟୁ ଇନସ୍ପେକ୍ଟର (ଆରଇ) ସୌମ୍ୟରଞ୍ଜନ ଦାସ ୨୦୦୦ ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ । ଆଜି ଜଣେ ବ୍ୟକ୍ତିଙ୍କଠାରୁ ଲାଞ୍ଚ ନେବା ବେଳେ ତାଙ୍କୁ ଗିରଫ କରାଯାଇଛି । ବ୍ୟାଙ୍କରୁ ଘର ପାଇଁ ଋଣ ଆଣିବାକୁ ଅଭିଯୋଗକ।।ରୀ ତାଙ୍କ ଜମି ଉପରେ ଏକ କ୍ଲିୟରାନ୍ସ ସାର୍ଟିଫିକେଟ ଜାରି କରିବାକୁ ୨ହଜାର ଟଙ୍କା ଦାବି କରିଥିଲେ । ଏନେଇ ଉକ୍ତ ବ୍ୟକ୍ତି ଭିଜିଲାନ୍ସରେ ଅଭିଯୋଗ କରିଥିଲେ ।
ସୂଚନା ଅନୁଯାୟୀ, କଣିହା ଆରଆଇ ସୌମ୍ୟରଞ୍ଜନ ଦାସ ଜନୈକ ବ୍ୟକ୍ତିଙ୍କ ଗୃହ ଋଣ ପାଇଁ ଆବଶ୍ୟକ ହେଉଥିବା ଜମିର କ୍ଲୟରାନ୍ସ ଲେଟର ଜାରି କରିବାକୁ ତାଙ୍କୁ ୨ହଜାର ଟଙ୍କା ମାଗିଥିଲେ । ଏନେଇ ଉକ୍ତ ବ୍ୟକ୍ତି ଭିଜିଲାନ୍ସରେ ଅଭିଯୋଗ କରିଥିଲେ । ଆଜି ଭିଜିଲାନ୍ସ ଆରଆଇଙ୍କୁ ଧରିବାକୁ ଜାଲ ବିଛାଇଥିଲା । ଯୋଜନା ମୁତାବକ ବ୍ୟକ୍ତିଜଣକ ୨ ହଜାର ଟଙ୍କା ନେଇ ଦେବା ବେଳେ ଭିଜିଲାନ୍ସ ଅଧିକାରୀ ତାଙ୍କୁ ମାଡିବସିଥିଲେ । ଏନେଇ କଟକ ଭିଜିଲାନ୍ସ ଥାନାରେ ଏକ ମାମଲା ରୁଜୁ କରାଯାଇଛି । ତାଙ୍କ ଘର ସମେତ ୨ଟି ସ୍ଥାନରେ ଚଢାଉ ଚାଲିଛି । ଅଧିକ ତଥ୍ୟ ପାଇଁ ଅପେକ୍ଷା କରାଯାଇଛି ।