(ମୁମ୍ବାଇ) : ବଲିଉଡ ଅଭିନେତ୍ରୀ କରୀନା କପୁର ଖାନ କିଛି ମାସ ହେବ ଆଗାମୀ ଚଳଚ୍ଚିତ୍ର ‘ଟକ୍ସିକ୍’ ପାଇଁ ଚର୍ଚ୍ଚାରେ ଥିଲେ। ଫିଲ୍ମରେ ତାଙ୍କୁ ଏକ ଭିନ୍ନ ଅବତାରରେ ଦର୍ଶକ ଦେଖିବାକୁ ପାଇବେ ବୋଲି ଚର୍ଚ୍ଚା ହେଉଥିଲା। ଫିଲ୍ମକୁ ନେଇ ଲୋକେ ଚର୍ଚ୍ଚା କରୁଥିବା ବେଳେ ଅଭିନେତ୍ରୀଙ୍କୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି। ଖବର ମିଳିଛି ଯେ, କରୀନା ଏବେ ଆଉ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିବେ ନାହିଁ।
ସୂଚନାନୁଯାୟୀ, ସମୟ ଅଭାବରୁ ସେ ‘ଟକ୍ସିକ୍’ ଫିଲ୍ମ କରିବାକୁ ମନା କରିଦେଇଥିବା ସାମ୍ନାକୁ ଆସିଛି। ରୀନା କହିଥିଲେ, “ମୁଁ ବହୁତ ବଡ ସାଉଥ୍ ଫିଲ୍ମ କରିବାକୁ ଯାଉଛି। ଏହା ଏକ ପ୍ୟାନ୍ ଇଣ୍ଡିଆ ଫିଲ୍ମ ତେଣୁ ସୁଟିଂ କେଉଁଠାରେ ହେବ ମୁଁ ଜାଣେ ନାହିଁ। ମୋର ସମସ୍ତ ପ୍ରଶଂସକଙ୍କୁ ଏହା ଜଣାଇ ମୁଁ ବହୁତ ଉତ୍ସାହିତ ଯେ ମୁଁ ପ୍ରଥମ ଥର ସାଉଥରେ କାମ କରିବାକୁ ଯାଉଛି ।” ତେବେ ନିର୍ମାତାମାନେ ଫିଲ୍ମ ସମ୍ପର୍କରେ କୌଣସି ଅଧିକାରୀକ ଘୋଷଣା କରିନଥିଲେ। କିନ୍ତୁ ଏବେ କୁହାଯାଉଛି ଯେ, ଅଭିନେତ୍ରୀ ଅନ୍ୟ ଫିଲ୍ମ ସାଇନ୍ କରିସାରିଥିବାରୁ ଏହି ଫିଲ୍ମ କରିବାକୁ ମନା କରିଛନ୍ତି।
