ମନୋରଞ୍ଜନ

କାର ଦୁର୍ଘଟଣାରେ ଆହତ ହେଲେ ତେଲୁଗୁ ଅଭିନେତା ସର୍ବାନନ୍ଦ

(ମୁମ୍ବାଇ) :  ଦୁର୍ଘଟଣାର ଶିକାର ହେଲେ ଜଣାଶୁଣା ତେଲୁଗୁ ଅଭିନେତା ସର୍ବାନନ୍ଦ। ରବିବାର ତାଙ୍କ କାର୍ ଏକ ଡିଭାଇଡର ଉପରେ ଚଢ଼ି ଯାଇଥିବା କଥା ସାମ୍ନାକୁ ଆସିଛି। ତେବେ ବର୍ତ୍ତମାନ ଅଭିନେତା ସୋସିଆଲ ମିଡିଆରେ ନିଜ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅପଡେଟ୍ ସେୟାର କରିଛନ୍ତି।

ସୂଚନାନୁଯାୟୀ , ତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅପଡେଟ୍ ସେୟାର କରି ସର୍ବାନନ୍ଦ ଲେଖିଛନ୍ତି,‘ଏକ ଖବର ଆସିଛି ଯେ ମୋ କାର ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ଏହା ଏକ ଛୋଟ ଘଟଣା ଥିଲା। ଆପଣ ସମସ୍ତଙ୍କ ଭଲପାଇବା ଏବଂ ଆଶୀର୍ବାଦ ସହିତ ମୁଁ ସମ୍ପୂର୍ଣ୍ଣ ସୁରକ୍ଷିତ ଏବଂ ଘରେ ସୁସ୍ଥ ଅଛି। ଚିନ୍ତା କରିବାର କିଛି ନାହିଁ। ଆପଣଙ୍କ ଚିନ୍ତା ପାଇଁ ସମସ୍ତଙ୍କୁ ଧନ୍ୟବାଦ।

Related posts

କମେଡିଆନ ରାଜୁ ଶ୍ରୀବାସ୍ତବଙ୍କ ପରଲୋକ | ୫୮ ବର୍ଷ ବୟସରେ ଆଖିବୁଜିଛନ୍ତି କମେଡିଆନ ରାଜୁ

mahabharatanews

ପରିବାର ଏବଂ ଗୋପନୀୟତା ପ୍ରତି ପୂର୍ଣ୍ଣ ସମ୍ମାନ ବଜାୟ ରଖିବାକୁ ଅନୁରୋଧ

mahabharatanews

ରକ୍ଷାବନ୍ଧନରେ ଭେଟି , ରିଲିଜ ହେବ ଚଳଚ୍ଚିତ୍ର ‘ଯବାନ’ର ଟ୍ରେଲର

mahabharatanews