ମନୋରଞ୍ଜନ

ରଶ୍ମିକା ପରେ କଟ୍ରିନାଙ୍କ ଫୋଟୋ ଭାଇରଲ

(ମୁମ୍ବାଇ) : ସାଉଥ ଅଭିନେତ୍ରୀ ରଶ୍ମିକା ମନ୍ଦନାଙ୍କ ପରେ ବର୍ତ୍ତମାନ ଡିପଫେକ ଜାଲରେ ଫସିଲେ ବଲିଉଡ ଅଭିନେତ୍ରୀ କଟ୍ରିନା କୈଫ। ଏହାର ଶିକାର ‌ହୋଇଛନ୍ତି କଟ୍ରିନ। ଆଗାମୀ ଫିଲ୍ମ ‘ଟାଇଗର-୩’ରେ କଟ୍ରିନା ଟାୱେଲ ପିନ୍ଧ ଫାଇଟିଂ କରୁଥିବାର ନଜର ଆସିବେ। ଏବେ କଟ୍ରିନାଙ୍କ ଟାୱେଲ ପିନ୍ଧା ଫଟୋକୁ ଏଡିଟ୍ କରି ଅଶ୍ଲୀଳ କରାଯାଇଥିବା ଜଣାଯାଇଛି। ଡିପଫେକ ଟେକ୍ନୋଲୋଜିର ସାହାଯ୍ୟରେ କେହି ଜଣେ କଟ୍ରିନାଙ୍କ ଫଟୋ ଏଡିଟ୍ କରି ତାଙ୍କୁ ବିକିନି ପିନ୍ଧାଇଛି।  ବର୍ତ୍ତମାନ ଅଭିନେତ୍ରୀଙ୍କ ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ସୂଚନାନୁଯାୟୀ , ଏହା ପୂର୍ବରୁ ରଶ୍ମିକାଙ୍କ ଏଡିଟେଡ ଭିଡିଓ ଭାଇରାଲ ହୋଇଥିବା ବେଳେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ ବିଗ୍ ବି ଅମିତାଭ ବଚ୍ଚନ। ନିଜର ଏଭଳି ଭିଡିଓ ଭାଇରାଲ ହେବା ଦେଖି ରଶ୍ମିକା କହିଛନ୍ତି, ‘‘ବାସ୍ତବରେ ଏହା ଏକ ଭୟାବହ ଘଟଣା । ଏହାକୁ ଦେଖି ମୋତେ ଭୟ ଲାଗୁଛି। ଯଦି ମୋ ସହ ଏହା ସ୍କୁଲ କି କଲେଜ ଦିନରେ ଘଟିଥାଆନ୍ତା ତେବେ ଏହାର କେମିତି ସାମ୍ନା କରିଥାଆନ୍ତି ମୁଁ ଜାଣି ନାହିଁ। ହେଲେ ଏବେ ମୁଁ ପରିସ୍ଥିତି ଓ ଘଟଣାକୁ କେମିତି ଆୟତ୍ତ କରିବାକୁ ହେବ ତାହା ଭଲ ଭାବେ ଜାଣି ସାରିଲିଣି।’’

Related posts

୨୦୦ କୋଟି ଠକେଇ ମାମଲାରେ ପକ୍ଷପାତ ଅଭିଯୋଗ ଆଣିଲେ ଜ୍ୟାକ୍‌ଲିନ୍‌

mahabharatanews

ପ୍ରଥମ ଦିନରେ ୯୫କୋଟି ଆୟ କଲା ‘ପ୍ରଭାସଙ୍କ ସାଲାର’  

mahabharatanews

ଅଭିନେତା ମନସୁର ଅଲି ଖାନ୍ ଫେରାର 

mahabharatanews

Leave a Comment