ଓଡିଶା

22ବର୍ଷ ରେ ପଦାର୍ପଣ କଲା ଖଡ଼ିଆଳ ମହୋତ୍ସବ

ଉଦଘାଟିତ ହେଲା ଖଡ଼ିଆଳ ମହୋତ୍ସବ 2026,ବିଲମ୍ବିତ ରାତି ଯାଏ ସମ୍ବଲପୁରୀ ନାଚଗୀତ ରେ ଝୁମିଲେ ଦର୍ଶକ । 22ବର୍ଷ ରେ ପଦାର୍ପଣ କଲା ଖଡ଼ିଆଳ ମହୋତ୍ସବ । ନୂଆପଡ଼ା ଜିଲ୍ଲା ଖଡ଼ିଆଳ ରାଜା ଏଟି ହାଇସ୍କୁଲ ପଡ଼ିଆରେ ଉଦଘାଟିତ ହେଲା ଖଡି଼ଆଳ ମହୋତ୍ସବ 2026 । ଐତିହାସିକ ଯୋଗୀମଠ ରୁ ମଶାଲ ଯାତ୍ରା ସହ ଠାକୁରାଣୀ ମନ୍ଦିରୁ ବିଶାଳ ଶୋଭାଯାତ୍ରା ବାହାରି ମହୋତ୍ସବ ମଞ୍ଚ ପହଂଚିଥିଲା । ଉଦଘାଟିନ ଦିବସ ରେ ଡଲି ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । 22ବର୍ଷ ରେ ପହଂଚିଛି ଖଡ଼ିଆଳ ମହୋତ୍ସବ । ବଜାଶାଳ, ଘୁଡକାନାଚ ଭଲି ସମ୍ବଳପୁରୀ ନାଚଗୀତ ରେ ବିଳମ୍ବିତ ରାତି ଯାଏ ଝୁମିଲେ ଦର୍ଶକ । ମିନାବଜାର ସାଙ୍ଗକୁ ଶତାଧିକ ଷ୍ଟଲ ପଡ଼ିଥିବା ବେଳେ ହାୱା ମହଲ ସଦୃଶ୍ୟ ମଞ୍ଚ ଲୋକଙ୍କ ମୁଖ୍ୟ ଆକର୍ଷଣ ପାଲଟିଛି । 5ଦିନ ଧରି ଚାଲିବ ଖଡ଼ିଆଳ ମହୋତ୍ସବ।

Related posts

ଓଡ଼ିଶାର ଦୁଇଟି ଜିଲ୍ଲାରେ ମିଳିଛି ସୁନା ଖଣିର ସନ୍ଧାନ: ଖଣି ମନ୍ତ୍ରୀ

mahabharatanews

ନନ୍ଦନକାନନ ପ୍ରାଣୀଉଦ୍ୟାନ ଭିତରକୁ ସନ୍ଧ୍ୟା ୬ଟାପରେ ଅନୁମତି ନାହିଁ

mahabharatanews

ପାରଳାଖମୁଣ୍ଡି ଏସବିଆଇ ମ୍ୟାନେଜର ସଂକ୍ରମିତ: ବ୍ୟାଙ୍କରେ ପଡିଳା ତାଲା

mahabharatanews