(ବାଲେଶ୍ଵର) : ସ୍ବାଧୀନ ପ୍ରାର୍ଥୀ ଭାବେ ବାଲେଶ୍ବରରୁ ଲଢ଼ିବେ ଖାରବେଳ ସ୍ବାଇଁ । ପ୍ରତାପ ଷଡ଼ଙ୍ଗୀଙ୍କୁ ବିଜେପି ଟିକେଟ ମିଳିବା ପରେ ଖାରବେଳଙ୍କ ଘୋଷଣା । ସ୍ବାଧୀନ ଭାବେ ଲଢ଼ିବି, ଜିତିଲେ ବିଜେପିରେ ଯୋଗଦେବି ବୋଲି କହିଲେ ଖାରବେଳ । ଗତଥର କନ୍ଧମାଳରୁ ଲଢ଼ିଥିଲି, ଏଥର ବାଲେଶ୍ବରରୁ ଲଢ଼ିବି କହିଥିଲି ବୋଲି ସେ କହିଛନ୍ତି ।
ତେବେ ସେ କହିଛନ୍ତି , ‘ପାର୍ଟି ଟିକେଟ ଦେଲାନି, ମୁଁ କନ୍ଧମାଳ ଯିବିନି, ବାଲେଶ୍ବରରୁ ଲଢ଼ିବି । ବିଜେପି ଛାଡ଼ିବିନି, ସେମାନେ ଯଦି ମୋତେ ବହିଷ୍କାର କରିବେ, କରନ୍ତୁ । କିଛି କୁଚକ୍ରୀ ଗୋଷ୍ଠୀ ପାଇଁ ଟିକେଟ କଟିଲା ବୋଲି କହିଲେ ଖାରବେଳ । କେନ୍ଦ୍ରମନ୍ତ୍ରୀ ବିଶ୍ୱେଶର ଟୁଡୁଙ୍କ ଟିକେଟ କଟିଛି । ବିଶ୍ୱେଶର ଟୁଡୁଙ୍କ ସମେତ ୪ ଜଣ ସାଂସଦଙ୍କ ଟିକେଟ କଟିଛି । ତେବେ ଟିକେଟ୍ କଟିଥିବା ନେତାଙ୍କ ତାଲିକାରେ ଅଛନ୍ତି ସୁରେଶ ପୂଜାରୀ । ବରଗଡ ଲୋକସଭା ଆସନରୁ ଗତଥର ଟିକେଟ୍ ପାଇଥିବା ସୁରେଶ ପୂଜାରୀଙ୍କ ସ୍ଥାନରେ ପ୍ରଦୀପ ପୁରୋହିତ ପ୍ରାର୍ଥୀ ହୋଇଛନ୍ତି । ସେହିପରି ସମ୍ବଲପୁର ଆସନରୁ ଗତଥର ପ୍ରାର୍ଥୀ ହୋଇ ସାଂସଦ ହୋଇଥିବା ନିତେଶ ଗଂଗଦେବଙ୍କ ସ୍ଥାନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟିକେଟ୍ ଦିଆଯାଇଛି ।