ଭାରତ

ଜେ.ପି ନଡ୍ଡାଙ୍କ କାର୍ ଚୋରି

(ଦିଲ୍ଲୀ) : ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କ ହୋଇଗଲା କାର୍ ଚୋରି । ଏନେଇ ଦିଲ୍ଲୀର ଏକ ଥାନା ମାମଲା ରୁଜୁ ହୋଇଛି । ପୋଲିସ ଏହି ମାମଲା ଯାଞ୍ଚ ଆରମ୍ଭ କରିଛି । ହେଲେ ଏହାରି ମଧ୍ୟରେ ୬ ଦିନ ବିତିଯାଇଥିଲେ ମଧ୍ୟ କାର୍ ଏବଂ ଚୋରଙ୍କର କୌଣସି ଖବର ମିଳିପାରୁ ନାହିଁ ।

ସୂଚନାନୁଯାୟୀ , ସର୍ଭିସିଂ ପାଇଁ ଯାଇଥିବା ସମୟରେ ଗାଡି଼ଟି ଚୋରି ହୋଇଯାଇଥିବା ନେଇ ସୂଚନା ରହିଛି । ସୂଚନା ଅନୁସାରେ, ଜେ.ପି ନଡ୍ଡାଙ୍କ ପତ୍ନୀ ମଲ୍ଲିକା ନଡ୍ଡାଙ୍କ ଗାଡି଼ ୬ ଦିନ ଚୋରି ହୋଇଯାଇଛି । ଏନେଇ ତାଙ୍କ ଡ୍ରାଇଭର ଯୋଗିନ୍ଧର ସିଂ ମାର୍ଚ୍ଚ ୧୯ ତାରିଖରେ ଏକ ଲିଖିତ ମାମଲା ରୁଜୁ କରିଥିଲେ । ଯାହା ପରେ ପୋଲିସ ଏହି ମାମଲାର ଯାଞ୍ଚ ଆରମ୍ଭ କରିଛି । ଗତ ୧୯ ତାରିଖରେ ମଲ୍ଲିକା ନଡ୍ଡାଙ୍କ ଫର୍ଟ୍ୟୁନର କାର୍ ସର୍ଭିସିଂ ପାଇଁ ଯାଇଥିବା ବେଳେ ଚୋରି ହୋଇଯାଇଥିବା ନେଇ ଅଭିଯୋଗ ହୋଇଥିଲା ।

Related posts

ତିନି ଦିନିଆ ଫ୍ରାନ୍ସ ଓ ୟୁଏଇ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି

mahabharatanews

ଦୁର୍ଘଟଣାଗ୍ରସ୍ତ ବାୟୁସେନା ହେଲିକାପ୍ଟର ଏମ ଆଇ ୧୭ଭି୫ର ବ୍ଲାକ ବକ୍ସ ଉଦ୍ଧାର

mahabharatanews

ବାତ୍ୟା ‘ବିପର୍ଯ୍ୟୟ’ : ଅଳ୍ପକେ ବର୍ତ୍ତିଲେ ବିମାନ ଯାତ୍ରୀ

mahabharatanews