ଓଡିଶା

୭ ଦିନ ପରେ ଶେଷ ହେବ ଖରିଫ ଧାନ ସଂଗ୍ରହ

ଏବେବି ୧ ଲକ୍ଷ ୬୩ ହଜାର ଚାଷୀ ପଞ୍ଜିକରଣ କରି ଧାନ ବିକିବାକୁ ଅପେକ୍ଷା ରେ ଅଛନ୍ତି. ବିଧାନସଭାରେ ଲିଖିତ ଉତ୍ତର ରଖି ଯୋଗାଣ ମନ୍ତ୍ରୀ କହିଛନ୍ତି ୧୯ ଲକ୍ଷ ୨୪ ହଜାର ପଞ୍ଜିକୃତ ଯୋଗ୍ୟ ବିବେଚିତ ଚାଷୀଙ୍କ ଠାରୁ ଧାନ କ୍ରୟ ନିମନ୍ତେ ଟୋକନ ପ୍ରଦାନ କରାଯାଇଛି ତନ୍ମଧ୍ୟରୁ ୧୭ ଲକ୍ଷ ୬୧ ହଜାର ପଞ୍ଜିକୃତ ଚାଷୀ ଧାନ ବିକ୍ରି କରିଛନ୍ତି. ସେହିପରି ମନ୍ତ୍ରୀ ଆହୁରି କହିଛନ୍ତି ଚଳିତ ଧାନ ସଂଗ୍ରହ ବର୍ଷ 2025-26 ଖରିଫ ଋତୁରେ ପଞ୍ଜିକୃତ ଯୋଗ୍ୟ ବିବେଚିତ ଚାଷୀଙ୍କ ଠାରୁ ପ୍ରାୟ 73 ଲକ୍ଷ ମେଟ୍ରିକ୍ ଟନ ଧାନ ସଂଗ୍ରହ ପାଇଁ ଲକ୍ଷ ଧାର୍ଯ୍ୟ ରଖାଯାଇଅଛି. ବର୍ତ୍ତମାନ ସୁଦ୍ଧା ୭୩ ଲକ୍ଷ ୫୧ ହଜାର ୬୫୦ ମେଟ୍ରିକ ଟନ ଧାନ ସରକାର କିଣିଥିବା ବେଳେ ୭୨ ଲକ୍ଷ ୯୯ ହଜାର ୫୪ ମେଟ୍ରିକ ଟନ ଧାନ ଉଠାଇଛନ୍ତି.

Related posts

ରାଜ୍ୟ ସରକାର ଓ ପୋଲିସ ଉପରେ ବର୍ଷିଲା ବିଜେପି

mahabharatanews

ଅସହ୍ୟ ତାତି : ପାରଦ ୪୫ ଡିଗ୍ରୀ ପାର

mahabharatanews

ଅସୁସ୍ଥ ବୃଦ୍ଧାଙ୍କୁ ଖଟିଆରେ ବୋହିଲେ ଏସ ଓ ଜି ଜବାନ, ଏସପି ଯୋଗାଇଦେଲେ ଆର୍ଥିକ ସହାୟତା।

mahabharatanews