ଓଡିଶା

ରାଜ୍ୟ ସରକାର ଓ ପୋଲିସ ଉପରେ ବର୍ଷିଲା ବିଜେପି

( ଭୁବନେଶ୍ୱର):  ପୁଣି ରାଜ୍ୟ ସରକାର ଓ ପୋଲିସ ଉପରେ ବର୍ଷିଲା ବିଜେପି । ରାଜ୍ୟରେ ରକ୍ଷକ ସାଜିଛି ଭକ୍ଷକ । ଯିଏ ସୁରକ୍ଷା ଦେବା କଥା ସେ ହିଁ ବଇରି ସାଜିଛି । ଅପରାଧକୁ ରୋକିବା ପାଇଁ ଥିବ ପୋଲିସ ଅପରାଧକୁ ପ୍ରଶ୍ରୟ ଦେଉଛି । ବାରମ୍ବାର ବିଭିନ୍ନ ସମୟରେ ଏଭଳି କାଣ୍ଡ ସାମ୍ନାକୁ ଆସୁଛି ।
ଯାଜପୁର ଧର୍ମଶାଳା କଣ୍ଟଗଡିଆ ନାବାଳିକା ଅପହରଣ ଓ ଦୁଷ୍କର୍ମ ଘଟଣାରେ ବିଜେପି ଉକ୍ତ ନାବାଳିକା ଓ ତାଙ୍କ ପରିବାରକୁ ଭେଟି ସ୍ଥିତି ପରଖିଛି । ଏବଂ ବିଜେପିର ଅଭିଯୋଗ ଅନୁଯାୟୀ ଯିଏ ଏହି ନାବାଳିକାଙ୍କୁ ଅପହରଣ କରିନେଇଥିଲା ତାର ଦୁଇ ଜଣ ସମ୍ପର୍କୀୟ ପୋଲିସରେ ଚାକିରି କରନ୍ତି । ଆଉ ସେମାନେ ଏଭଳି ଅପରାଧକୁ ପ୍ରଶ୍ରୟ ଦେଇଛନ୍ତି । ଉକ୍ତ ସମ୍ପର୍କୀୟଙ୍କ ଘରେ ନାବାଳିକାକୁ ରଖି ନିର୍ୟାତନା ଦିଆଯାଇଛି ଏବଂ ତା’ସହ ଦୁଷ୍କର୍ମ କରାଯାଇଛି ବୋଲି ବିଜେପି କହିଛି ।
ଅପହରଣକାରୀ ପାଖରେ ବନ୍ଧୁକ କେଉଁଠୁ ଆସିଲା ବୋଲି ମଧ୍ୟ ବିଜେପି ଅଭିଯୋଗ କରିଛି । ପୋଲିସ ଏହି ଘଟଣା ବାବଦରେ ସବୁ ଜାଣି ମଧ୍ୟ ଚୁପ୍‌ ବସିଛି । ଏଭଳି ଅପରାଧ ଘଟାଇବା ପାଇଁ ଅପହରଣକାରୀକୁ ପ୍ରଶ୍ରୟ ଦେଇଛି । ଅନ୍ୟପଟେ ମାମଲା ବଦଳାଇବାକୁ ପୀଡିତାଙ୍କୁ ପୋଲିସ ଚାପ ପକାଉଥିବା ମଧ୍ୟ କହିଛି ବିଜେପି । ଯେତେବେଳେ ପୋଲିସର ଘରେ ନାବାଳିକାକୁ ନିର୍ୟାତନା ଦିଆଯାଉଛି ତେବେ ଲୋକମାନେ କହା ପାଖକୁ ନ୍ୟାୟ ପାଇଁ ଯିବେ ବୋଲି ବଜେପି ପ୍ରଶ୍ନ କରିଛି । ରାଜ୍ୟରେ ନାରୀ ସମ୍ପୂର୍ଣ୍ଣ ଅସୁରକ୍ଷି ହୋଇପଡ଼ିଥିବା କହିଛି ବିଜେପି । କେବେ ସୁଧୁରିବ ମହିଳାଙ୍କ ଦୁରାବସ୍ଥା ବୋଲି ପ୍ରଶ୍ନ କରିଛି ଦଳ ।

Related posts

ଜନ୍ମ ନେଲେ ଭଗବାନ ଶ୍ରୀକୃଷ୍ଣ 

mahabharatanews

୭୦% ସିଲାବସରେ ଚଳିତ ବର୍ଷ +୨ ପାଠ୍ୟକ୍ରମ ପ୍ରସ୍ତୁତ ହେବ

mahabharatanews

ପୁଣି ଜୟପୁରକୁ ବିମାନ ଉଡାଣ ବାତିଲ  

mahabharatanews

Leave a Comment