(ଅଜିତ ସାହୁ/ ଜଳେଶ୍ୱର): ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ବିଷ୍ଣୁପୁର ଇକଡପାଳ ଗାଁରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ଗାଁର ଜଣେ ମହିଳା ସ୍ପିଡ ବୋଟ୍ ଯୋଗେ ଚିକିତ୍ସା ପାଇଁ ମେଡିକାଲ ଆସୁଥିବା ବେଳେ ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଛି । ସୂଚନା ଅନୁଯାୟୀ, ସୁବର୍ଣ୍ଣରେଖା ନଦୀରେ ବନ୍ୟା ପାଇଁ ବହୁ ତଳିଆ ଅଞ୍ଚଳ ପ୍ରଭାବିତ ହୋଇଛି। ଇକଡପାଳ ଗାଁର ଗୀତାରାଣୀ ପାଢୀ ଦୀର୍ଘ ଦିନ ଧରି ଆଜ୍ମା ରୋଗରେ ପୀଡିତ ହୋଇ ଅସୁସ୍ଥ ଥିଲେ । ଆଜି ଚିକିତ୍ସା ପାଇଁ ସେ ସ୍ପୀଡ଼ ବୋଟ ଯୋଗେ ମେଡିକାଲ ଆସୁଥିଲେ। ଏହି ସମୟରେ ବୋଟରେ ସେ ଚେତାଶୂନ୍ୟ ହୋଇ ପଡିଥିଲେ । ତୁରନ୍ତ ତାଙ୍କୁ ବାଲିଆପାଳ ମେଡିକାଲକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପେସାରେ ଗୀତାରାଣୀ ଜଣେ ଶିକ୍ଷୟିତ୍ରୀ ଥିଲେ । ଗତ ମାର୍ଚ୍ଚ ମାସରେ ସେ ଚାକିରୀରୁ ଅବସର ନେଇଥିଲେ । ତାଙ୍କ ସମ୍ପର୍କୀୟଙ୍କୁ ସରକାର ପେନସନ ଯୋଗାଇ ଦେବାକୁ ପରିବାର ପକ୍ଷରୁ ଦାବି ହୋଇଛି।
previous post
