ଓଡିଶା

ରାଉରକେଲା ଷ୍ଟେସନ ନିକଟରୁ ୬୦ କେଜିର ରୂପା ଜବତ

ରାଉରକେଲା:୬୦ କେଜିର ରୂପା ଜବତ । ରାଉରକେଲା ଷ୍ଟେସନ ନିକଟରୁ ୬୦ କେଜିର ରୂପା ଜବତ କରିଛି ଜିଆର୍‌ପି । ଏହାସହିତ ଜଣେ ବ୍ୟବସାୟୀଙ୍କୁ ଅଟକ ରଖିଛି ।

 ସୂଚନା ଅନୁଯାୟୀ, ଜଣେ ବ୍ୟବସାୟୀ ରାଉରକେଲା ଷ୍ଟେସନରେ ରାଞ୍ଚି ଯିବାକୁ ଅପେକ୍ଷା କରିଥିଲେ । କୌଣସି ସୁତ୍ରରୁ ଖବର ପାଇ ଜିଆରପି ଉକ୍ତ ବ୍ୟବସାୟୀଙ୍କୁ ନେଇ ପଚରାଉଚରା କରିଥିଲା । ଯାହାଫଳରେ ଜିଆର୍‌ପିକୁ ୬୦ କେଜିର ରୂପା ମିଳିଥିଲା । ଏହାପରେ ଜବତ ରୂପା ଏବଂ ଅଟକ ଥିବା ବ୍ୟବସାୟୀଙ୍କୁ ରାଜ୍ୟ ଜିଏସ୍‌ଟି ବିଭାଗକୁ ହସ୍ତାନ୍ତର କରିଛି । ବର୍ତ୍ତମାନ ଯାଏଁ ଏତେ ପରିମାଣର ରୂପା କେଉଁଠୁ ଆସିଲା । ତାକୁ ନେଇ ତଦନ୍ତ ଜାରି ରହିଛି । ଅଟକ ଥିବା ବ୍ୟବସାୟୀଙ୍କୁ ଜେରା ପରେ ତଥ୍ୟ ଜଣାପଡିବ ବୋଲି ସୂଚନା ରହିଛି ।

Related posts

ମହାପ୍ରଭୁଙ୍କ ନବମୀ ଦିନ, ସନ୍ଧ୍ୟା ୫ଟାରୁ ଦର୍ଶନ ବନ୍ଦ

mahabharatanews

ରେଞ୍ଜରଙ୍କ ଘରେ ଭିଜିଲାନ୍ସ ଚଢାଉ

mahabharatanews

ଯୁକ୍ତ ଦୁଇରେ ଏନଟିପିସି ଡିଏଭି ଛାତ୍ରୀ ପ୍ରିୟଙ୍କା ଟପ୍ପର

mahabharatanews