ଓଡିଶା

ବନ୍ଦଘରୁ ମହିଳା ଡାକ୍ତରଙ୍କ ମୃତଦେହ ଉଦ୍ଧାର

ଯୋଡ଼ା: ବନ୍ଦଘରୁ ମହିଳା ଡାକ୍ତରଙ୍କ ମୃତଦେହ ଉଦ୍ଧାର। କେନ୍ଦୁଝର ଜିଲ୍ଲା ଯୋଡ଼ା ପୌରପାଳିକାର ୨ ନମ୍ବର ଓ୍ବାର୍ଡରେ ଏଭଳି ଅଭାବନୀୟ ଘଟଣା ଘଟିଯାଇଛି । ଯୋଡା ସହରାଞ୍ଚଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଶୁଭଶ୍ରୀ କର । ନିଜ ସହଯୋଗୀ ମାନଙ୍କ ସହିତ ବିଳମ୍ବିତ ରାତିପର୍ଯ୍ୟନ୍ତ ସେିଲିବ୍ରେସନରେ ସାମିଲ ଥିଲେ । ତା ପୁଣି ନିଜ ଭଡା ଘରେ । ବିଳମ୍ବିତ ସମୟ ପର୍ଯ୍ୟନ୍ତ ଘର କବାଟ ନଖୋଲିବାରୁ ସନ୍ଦେହରେ କବାଟ ଖୋଲିବାରୁ ସେଠାରୁ ଡାକ୍ତରଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଏହା ହତ୍ୟା ନା ଆତ୍ମହତ୍ୟା ତାହା ସ୍ପଷ୍ଟ ହୋଇନାହଁ। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ପୋଲିସ କହିଛି । ଘଟଣାକୁ ନେଇ ପୁଲିସର ତଦନ୍ତ ଜାରି ରହିଛି । ଡାକ୍ତରଙ୍କ ରୁମ ଭିତରେ ଆସବାବପତ୍ର ଏପଟ ସେପଟ ହୋଇପଡିରହିଥିବା ଦେଖିବାକୁ ମିଳିଥିଲା ।

 

Related posts

ଦୁର୍ଘଟଣାରେ ଠିକାଦାର ସଂଘ ସଂପାଦକ ଓ ସାଥିଙ୍କ ମୃତ୍ୟୁ

mahabharatanews

ବୁଡିଲା ଏମ୍‌ଭି-୯୬ ପୋଲ, ପାଣି ଘେରରେ ଶହ ଶହ ଲୋକେ 

mahabharatanews

ନିଜ ଅର୍ଥରେ ରାସ୍ତା ମରାମତି କରୁଛନ୍ତି ଜୋମାଟୋ ବୟ

mahabharatanews