Uncategorized

ରାୟଗଡ ଜିଲ୍ଲା ତରଫରୁ ନୂଆବର୍ଷ ପାଳନ ସହ ଛାତ୍ରଛାତ୍ରୀଙ୍କୁ ଖାଦ୍ୟ ବଣ୍ଟନ

ରାୟଗଡ : ସ୍ଥାନୀୟ ସାଇପ୍ରିୟା ନଗର ଠାରେ ଥିବା ସାଇପ୍ରିୟା ୱେଲ ଫର ଟ୍ରଷ୍ଟର ସମ୍ମିଳନୀ କକ୍ଷରେ ଉତ୍କଳ ମିଡ଼ିଆ ସାମ୍ବାଦିକ ସଙ୍ଘ, ରାୟଗଡ ଜିଲ୍ଲାର ସଭାପତି ଶ୍ରୀ ଦୟାନନ୍ଦ ଖାଡାଙ୍ଗାଙ୍କ ନେତୃତ୍ୱରେ ନବବର୍ଷ ୨୦୨୩କୁ ଧୁମଧାମରେ ପାଳନ କରାଯାଇଛି । ଏହିଅବସରରେ ବରିଷ୍ଠ ଆଇନଜୀବୀ ଶ୍ରୀ ପ୍ରଦୀପ କୁମାର ଦାଶ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ମୂଖ୍ୟ ସମ୍ପାଦକ ଶ୍ରୀ ବୋମାଲି କାନ୍ତା ରାଓ ଯୋଗଦେଇ ନୂତନ ବର୍ଷ ୨୦୨୩ ସମସ୍ତଙ୍କ ମଙ୍ଗଳ କାମନା କରିବା ସହ ଉତ୍କଳ ମିଡ଼ିଆ ସାମ୍ବାଦିକ ସଙ୍ଘର ମଙ୍ଗଳ କାମନା କରିଥିଲେ ଏବଂ କେକ କାଟି ଥିଲେ । ନୂତନ ବର୍ଷ ଅବସରରେ ସାଇପ୍ରିୟା ନଗରର ବସ୍ତିରେ ବାସ କରୁଥିବା ଛୋଟ ଛୋଟ ଛାତ୍ରଛାତ୍ରୀଙ୍କୁ ଖାତା, ପେନସିଲ, ରବର ଓ ଶୁଖିଲା ଖାଦ୍ୟ ସମସ୍ତ ଅତିଥୀଙ୍କ ଦ୍ୱାରା ବଣ୍ଟନ କରାଯାଇଥିଲା । ସଙ୍ଘର ସଭାପତି ଶ୍ରୀ ଖାଡାଙ୍ଗା ୨୦୨୩ ବର୍ଷରେ କରିବାକୁ ଥିବା ବିଭିନ୍ନ ସାମାଜିକ କାର୍ୟ୍ୟକ୍ରମର ପ୍ରାକ ସୂଚନା ପ୍ରଦାନ କରିଥିଲେ । ଉକ୍ତ କାର୍ୟ୍ୟକ୍ରମରେ ସାଇପ୍ରିୟା ୱେଲଫର ଟ୍ରଷ୍ଟର ଗୀତରାଣୀ ମିଶ୍ର, ଲକ୍ଷ୍ମୀ ନାରାୟଣ ପାଢ଼ୀ, ଉତ୍କଳ ମିଡ଼ିଆ ସାମ୍ବାଦିକ ସଙ୍ଘର ସମ୍ପାଦକ ମନୋଜ କୁମାର ସାହୁ, ଉପଦେଷ୍ଟା ସରୋଜ କୁମାର ସାହୁ, ସଭ୍ୟ ଶ୍ରୀଧର ଚୌଧୁରୀ ଓ ଶ୍ରୀନାଥ ତାଡିଙ୍ଗି ପ୍ରମୂଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।

 

Related posts

ଉଚ୍ଚ ରକ୍ତଚାପକୁ ରୋକିବା ସହ ଅନେକ ରୋଗକୁ ଦୂରରେ ରଖିଥାଏ ଗଜାମୁଗ

mahabharatanews

ଜନଶୁଣାଣିରେ ପ୍ରଶାସନ ଜନତା ମୁହାଁମୁହିଁ

mahabharatanews

ଭାରତ ଆମେରିକା ଡଗ୍ସ ତଷ୍କରୀ ବିରୋଧରେ ମିଳିତ କାର୍ଯ୍ୟ କରିବେ: ଟ୍ରମ୍ପ

mahabharatanews