ଓଡିଶା

ଲାଲବାହିନୀର ଉନ୍ମତ୍ତକାଣ୍ଡ

(ମହାଭାରତ, କଲ୍ୟାଣସିଂହପୁର): ରାସ୍ତା ନିର୍ମାଣକୁ ବିରୋଧ କରି ରାୟଗଡା ଜିଲ୍ଲା କଲ୍ୟାଣସିଂହପୁରରେ ମାଓବାଦୀମାନେ ହିଂସାକାଣ୍ଡ ଘଟାଇଛନ୍ତି । ଏଠାରେ ରାସ୍ତାକାର୍ଯ୍ୟରେ ନିୟୋଜିତ ଥିବା ଗାଡିକୁ ପୋଡି ଦେବା ସହ ଶ୍ରମିକଙ୍କୁ ମାଡ ମାରିଥିବା ଜଣାପଡିଛି । ସୂଚନା ଅନୁଯାୟୀ, କଲ୍ୟାଣସିଂହପୁର ବ୍ଲକ ନିୟମଗିରି ଅଞ୍ଚଳର ଗୁମାଁ ଗାଁ ନିକଟରେ ରାସ୍ତା କାମ ଚାଲିଛି । ତେବେ ଖଣି ପାଇଁ ଏହି ରାସ୍ତା ନିର୍ମିାଣ କରାଯାଉଥିବାରୁ ଗତ ମଙ୍ଗଳବାର ମଧ୍ୟରାତ୍ରୀରେ ୬୦ରୁ ଉଦ୍ଧ୍ୱର୍ ମାଓବାଦୀମାନେ ଏଠାରେ ପହଞ୍ଚିଥିଲେ । ରାସ୍ତା କାର୍ଯ୍ୟରେ ନିୟୋଜିତ ଥିବା ଗୋଟିଏ ଜେସିବି, ରାଲର ଓ ମିକଚର ମେସିନକରେ ନିଆଁ ଲଗାଇ ପୋଡି ଦେଇଥିଲେ । ଏଠାରେ କାର୍ଯ୍ୟରତ ୨ ଶ୍ରମିକଙ୍କୁ ବାନ୍ଧି ସେମାନଙ୍କ ଠାରୁ ମୋବାଇ ଛଡାଇ ନେଇ ନିସ୍ତୁକ ମାଡ ମଧ୍ୟ ମାରିଥିଲେ । ରାସ୍ତା କାମ ବନ୍ଦ ନହେଲେ ସମସ୍ତ ଶ୍ରମିକଙ୍କୁ ଜୀବନରୁ ମାରିଦେବା ପାଇଁ ଧମକ ଦେଇଥିଲେ । ପରେ ମାଓବାଦୀମାନେ ଯିବା ସମୟରେ ସେଠାରେ ଧମକପୂର୍ଣ୍ଣ ପୋଷ୍ଟର ମାରି ଚାଲି ଯାଇଥିଲେ । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । ସୂଚନାଯୋଗ୍ୟ, ଡଙ୍ଗରିଆ କନ୍ଧମାନଙ୍କ ଦାବି ଯୋଗୁଁ ଗ୍ରାମ୍ୟ ନିର୍ମାଣ ବିଭାଗ ଦ୍ୱାରା ୧୦ କୋଟି ଟଙ୍କା ବ୍ୟୟରେ ଏଠାରେ ରାସ୍ତା ନିର୍ମାଣ ଚାଲିଛି । ଏହି ଘଟଣା ପୂର୍ବରୁ ନିୟମଗିରି ଠାରେ ରାସ୍ତା ନିର୍ମାଣକୁ ବିରୋଧ କରି ମାଓବାଦୀମାନେ ହିଂସାକାଣ୍ଡ ଘଟାଇଥିଲେ ।

Related posts

ରାଜ୍ୟର ୨୧ଟି ଜିଲ୍ଲାରେ କାଳବୈଶାଖୀ ଜନିତ ଝଡ଼ବର୍ଷା ସମ୍ଭାବନା 

mahabharatanews

ଦୁଇ ପୃଥକ ଦୁର୍ଘଟଣାରେ ୨ ବାଇକ ଆରୋହୀ ମୃତ

mahabharatanews

ଦୁଇଦିନ ପାଇଁ ଓଡିଶା ଆସୁଛନ୍ତି କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ

mahabharatanews