ଓଡିଶା

୧୦୦ଟି ଭେଣ୍ଟିଲେଟର ସହ ଆଇସିୟୁ ବେଡ଼ର ଶୁଭାରମ୍ଭ

(ଚିତ୍ତରଞ୍ଜନ ସାହୁ / ବରଗଡ଼): ମହାମାରୀ କୋରନା ଏବେ ଭୟଙ୍କର ରୁପ ନେଇ ସାରିଛି । ତେବେ ଚିକିତ୍ସା ବ୍ୟବସ୍ଥାକୁ ଠିକ କରିବା ପାଇଁ ଆଜି ଭାରତ ସରକାରଙ୍କ ଆଇ. ଓ. ସି. ଏଲ. ଦ୍ୱାରା ବିନିଯୋଗ କରାଯାଇଥିବା ସି. ଏସ .ଆର. ପାଣ୍ଠିରୁ ପ୍ରାୟ୧୧କୋଟି ୫୦ଲକ୍ଷ ମୂଲ୍ୟରେ ବିକାଶ ହସ୍ପିଟାଲ ପରିସରରେ ମାଗଣା ୧୦୦ ଶଯ୍ୟା ବିଶିଷ୍ଟ ଆଇସିୟୁ ଭେଣ୍ଟିଲେଟର ବେଡ଼ କାର୍ୟ୍ୟକ୍ଷମ କରାଯିବାର କାର୍ୟ୍ୟକ୍ରମ ଏଦଘାଟନ ହୋଇଛି । ଏହାର ଶୁଭ ଉଦଘାଟନ ମାନ୍ୟବର କେନ୍ଦ୍ରସରକାରଙ୍କ ପେଟ୍ରୋଲିୟମ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ଵାରା କରାଯାଇଛି । ଏହି ଅବସରରେ ବରଗଡ଼ ରାଜ୍ୟସଭା ସାଂସଦ ଶ୍ରୀ ପ୍ରସନ୍ନ ଆଚାର୍ୟ୍ୟ,ଲୋକସଭା ସାଂସଦ ଶ୍ରୀ ସୁରେଶ ପୂଜାରୀ, ବରଗଡ଼ ବିଧାୟକ ଶ୍ରୀ ଦେବେଶ ଆଚାର୍ୟ୍ୟ,ଅତାବିରା ବିଧାୟିକା ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ,ବିକାଶ ଗ୍ରୁପର ଅଧ୍ୟକ୍ଷ ଡି ମୂରଲୀ କ୍ରୀଷ୍ଣା,ବିଜେପୁର ବିଧାୟିକା ରିତା ସାହୁ, ପଦ୍ମପୁର ବିଧାୟକ ବିଜୟ ରଂଜନ ସିଂ ବରିହା, ଜ଼ୀଲ୍ଲା ପରିଷଦ ଅଧ୍ୟକ୍ଷା ମୁକ୍ତା ସାହୁ ପ୍ରମୁଖ ଯୋଗଦେଇଛନ୍ତି ।କାର୍ୟ୍ୟକ୍ରମଟି ଏବେ ବରଗଡ଼ ବିକାଶ ଅଡିଟୋରିଆମ ଠାରେ ଉଦଘାଟନ ହୋଇଯାଇଛି ।

Related posts

୨୯ ତାରିଖରୁ ଖୋଲିବ ଶ୍ରୀମନ୍ଦିର ପଶ୍ଚିମ ଦ୍ୱାର

mahabharatanews

ସ୍କୁଲ ବସ ପାଇଁ ଗାଇଡଲାଇନ

mahabharatanews

ଉତ୍କଳ କେଶରୀ ଡ଼ଃ ହରେକୃଷ୍ଣ ମହତାବଙ୍କ ୧୨୫ତମ ଜନ୍ମବାର୍ଷିକୀ ସ୍ମରଣୋତ୍ସବ ଅବସରରେ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

mahabharatanews