ଓଡିଶା

ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ତରଫରୁ ଶତବାର୍ଷିକୀ ପାଳନ

ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ତାର ପାଳନ କରୁଛି ଶତବାର୍ଷିକୀ। ଏହି ଅବସରରେ ପାରାଦୀପରେ ଆଜିଠାରୁ ଆରମ୍ଭ ହହୋଇଛି ବ୍ୟାପକ ଗୃହ ସଂପର୍କ କାର୍ଯ୍ୟକ୍ରମ। ଆଜି ତାର ଉଦଘାଟନୀ ଉତ୍ସବ। ଏହି ଅବସରରେ ପାରାଦୀପ ଷଣ୍ଢକୁଦ ଜଗନ୍ନାଥ ମନ୍ଦିରରୁ ଆଜ୍ଞାମାଳ ନିଆଯାଇଛି।  ପାରାଦୀପର ୧୯ଟି ଓ୍ବାର୍ଡ ର ପ୍ରତ୍ୟେକ ପରିବାର ନିକଟରେ ପହଞ୍ଚିବା ସହିତ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ବିଚାର ପ୍ରତ୍ୟେକ ଘର ପର୍ଯ୍ୟନ୍ତ ପହଞ୍ଚିବା ଲକ୍ଷ ରଖାଯାଇଛି। ଯାହାକି ବ୍ୟାପକ ଗୃହ ସଂପର୍କ ନାମରେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ଆରମ୍ଭ କରିଛି। ୧୯୨୫ ମସିହାରେ ଆରମ୍ଭ ହୋଇଥିଲା ଏହି ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ। ଆଜି ଠାରୁ ଆରମ୍ଭ ହୋଇଥିବା ଏହି ବ୍ୟାପକ ଗୃହ ସଂପର୍କ କାର୍ଯ୍ୟକ୍ରମ ଡିସେମ୍ବର ୩୦ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର କାର୍ଯ୍ୟକର୍ତ୍ତା ତନ୍ମୟ କୁମାର ଦାସ କହିଛନ୍ତି।

Related posts

୨୯ରୁ ପୁଣି ବର୍ଷା

mahabharatanews

ଜଗା ଦର୍ଶନ କରିବେ ଭକ୍ତ, ଜାରି ହେଲା ନୂଆ ଏସଓପି

mahabharatanews

ପୁରୀ ବଡ ଦାଣ୍ଡରେ ଡ୍ରୋନ୍ ମନା

mahabharatanews