(ମାଲକାନଗିରି) : ୧୨ରେ ବଣ୍ଡାଘାଟିରୁ ଆରମ୍ଭ ହେବ ‘ଲକ୍ଷ୍ମୀ’ ଯୋଜନା । ଆସନ୍ତା ୧୨ ତାରିଖରେ ମାଲକାନଗିରି ଜିଲ୍ଲା ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟରେ ଲୋକଙ୍କ ଯାତାୟାତ ପାଇଁ ପର୍ଯ୍ୟାୟ କ୍ରମେ ୧ହଜାରରୁ ଅଧିକ ବସ୍ ନିୟୋଜିତ ହେବ । ରାଜ୍ୟ କ୍ୟାବିନେଟ୍ ବୈଠକରେ ସରକାର ଲକ୍ଷ୍ମୀ ଯୋଜନା ପାଇଁ ୩ହଜାର ୧୭୮ କୋଟି ଟଙ୍କାର ବ୍ୟୟବରାଦ କରିଥିଲେ ।
ସୂଚନାନୁଯାୟୀ , ୨୦୨୩-୨୪ରୁ ୨୦୨୫-୨୬ ପର୍ଯ୍ୟନ୍ତ ଏହି ପାଣ୍ଠି ମଞ୍ଜୁର କରାଯାଇଛି । ପ୍ରଦର୍ଶନ ଆଧାରରେ ଆଗକୁ ଆଉ ଦୁଇ ବର୍ଷ ପାଇଁ ପାଣ୍ଠି ଯୋଗାଇ ଦିଆଯିବା ନେଇ ନିଷ୍ପତ୍ତି ହୋଇଛି। ଲକ୍ଷ୍ମୀ ଯୋଜନା ଅଧୀନରେ ବ୍ଲକ ସଂଯୋଗୀକରଣ ଦ୍ବାରା ପଞ୍ଚାୟତରୁ ବ୍ଲକ, ଜିଲ୍ଲା ସଂଯୋଗୀକରଣ ଦ୍ବାରା ବ୍ଲକରୁ ଜିଲ୍ଲା ମୁଖ୍ୟାଳୟ, ଜଗନ୍ନାଥ ଏକ୍ସପ୍ରେସ ମାଧ୍ୟମରେ ଜିଲ୍ଲା ମୁଖ୍ୟାଳୟକୁ ଭୁବନେଶ୍ବର ଓ ପୁରୀକୁ ଯୋଗାଯୋଗ ସୁବିଧା ଯୋଗାଇ ଦିଆଯିବ ।
