ମନୋରଞ୍ଜନ

୧୯ରେ ରିଲିଜ ହେବ ସୁପରଷ୍ଟାର ଥଲପଥି ବିଜୟଙ୍କ ଫିଲ୍ମ ‘ଲିଓ’ 

(ମୁମ୍ବାଇ) : ଅକ୍ଟୋବର ୧୯ରେ ରିଲିଜ ହେବାକୁ ଯାଉଛି ସାଉଥ ସୁପରଷ୍ଟାର ଥଲପଥି ବିଜୟଙ୍କ ଫିଲ୍ମ ‘ଲିଓ’ ।  ଆଉ ଏହି ଫିଲ୍ମ ରିଳିଜକୁ ନେଇ ପ୍ରଶଂସକ ଅନେଇ ବସିଥିବାବେଳେ ଆଡଭାନ୍ସ ବୁକିଂ ଆରମ୍ଭ ହୋଇଛି ।   ଏହାର ଅଗ୍ରୀମ ବୁକିଂରେ ବହୁତ ଭଲ ରୋଜଗାର କରୁଛି ।

ସୂଚନାନୁଯାୟୀ ,  ପ୍ରଶଂସକମାନେ ଥଲପଥି ବିଜୟଙ୍କ ଏହି ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ରକୁ ଦୀର୍ଘ ସମୟ ଧରି ଅପେକ୍ଷା କରିଥିଲେ। ଆଉ ଫିଲ୍ମର ଅଗ୍ରୀମ ବୁକିଂରେ ଦର୍ଶକମାନେ ବହୁତ ଉତ୍ସାହିତ ହୋଇ ‘ଲିଓ’ର ଟିକେଟ କିଣୁଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ବିଜୟଙ୍କ ଚଳଚ୍ଚିତ୍ରର ୩୭୩୪୬ ଟିକେଟ୍ ବିକ୍ରି ହୋଇସାରିଛି ଏବଂ ଏହିପରି ‘ଲିଓ’ ଏପର୍ଯ୍ୟନ୍ତ ୬.୯୨ କୋଟି ଟଙ୍କା ଆୟ କରିଛି।

  

Related posts

ମୋଦୀଙ୍କୁ ଚିଠି ଲେଖିଲେ ଶିଳ୍ପା ସେଟ୍ଟୀ

mahabharatanews

OTT’ରେ ବିଗ୍ ବସ୍

mahabharatanews

ଓଟିଟିରେ ନଜର ଆସିବେ ଭାଇଜାନ୍‌

mahabharatanews