Uncategorized

ସବ୍ବ ଏ ହୟାଦରେ ଘରୁ ନ ବାହାରିବାକୁ ଏଲଜିଙ୍କ ଅନୁରୋଧ

 ନୂଆଦିଲ୍ଲୀ: ଏପ୍ରିଲ ୯ ତାରିଖରେ ପଡୁଥିବା ମୁସଲାମଙ୍କ କ୍ଷମା ବା ପାୟଶ୍ଚିତ ପର୍ବ ସବ୍ବ ଏ ହୟାଦ ପଡୁଥିବା ବେଳେ ଏହି ସମୟରେ ମୁସଲମାନ ସମ୍ପ୍ରଦାୟ ଘରୁ ଗୋଡ ନ କାଢିବାକୁ ଦିଲ୍ଲୀର ଲେଟେନାଣ୍ଟ ଗଭର୍ନର ଅନିଲ ବୈଜାଲ ଅନୁରୋଧ କରିଛନ୍ତି । ସେ ଆହୁରି କହିଛନ୍ତି, କରୋନା ଲକଡାଉନ ସମୟରେ ସମସ୍ତ ସୁରକ୍ଷା ଗାଇଡଲାଇନକୁ ପାଳନ କରନ୍ତୁ ।

ଅନିଲ ବୈଜାଲ ଲୋକଙ୍କୁ ଅନୁରୋଧ କରି କହିଛନ୍ତି, ସବ୍ବ ଏ ହୟାଦ ପାଇଁ ଘରୁ ବାହାରକୁ ଗୋଡ ନ କାଢି ବରଂ ଘରେ ରହି ପରିବାରର ସୁରକ୍ଷା କାମନା କରନ୍ତୁ । କରୋନା ଯୁଦ୍ଧକୁ ଯେଉଁ ପଦକ୍ଷେପ ବା ବ୍ୟବହାର ବିଫଳ କରିବ ସେପରି କେହି କରିବା ଅନୁଚିତ ବୋଲି ସେ କହିଛନ୍ତି । ଏହି ପର୍ବ ଅବସରରେ ସେ ସମସ୍ତ ଧର୍ମୀୟ ନେତା, ପରିବାର କଲ୍ୟାଣ ସଂଗଠନ ଓ ଅଭିଭାବକଙ୍କୁ ଅନୁରୋଧ କରିଛନ୍ତି, ସେମାନେ ଯୁବବର୍ଗକୁ ଏହି ପର୍ବ ଅବସରରେ ବାହାରକୁ ବାହାରି ଭିଡ ସୃଷ୍ଟି କରିବାରୁ କ୍ଷାନ୍ତ ହେବାକୁ ପରାମର୍ଶ ଦିଅନ୍ତୁ । ସେ ଆହୁରି କହିଛନ୍ତି, ଲକଡାଉନ ସମୟରେ କୌଣସି ପ୍ରକାରର ବ୍ୟତିକ୍ରମକୁ ପୁଲିସ ଶୂନ୍ୟ ସହନଶୀଳତାରେ ଗ୍ରହଣ ପୂର୍ବକ ଶକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସମସ୍ତ ପଦକ୍ଷେପ ନେଉଛି ।

ସୂଚନାଯୋଗ୍ୟ, ଦିଲ୍ଲୀରେ ବର୍ତ୍ତମାନ ୫୭୬ଟି କରୋନା ପଜିଟିଭ କେଶ ଥିବା ବେଳେ ୯ ଜଣଙ୍କ ମୃତ୍ୟୁ ହୋଇଛି ଓ ୨୧ ଜଣ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରି ଯାଇଛନ୍ତି ।

Related posts

ଅବନ୍ତୀପୁରାରେ ଏନକାଉଣ୍ଟର: ୩ ଆତଙ୍କୀ ନିହତ

mahabharatanews

ପୂର୍ବତନ ସାଂସଦ ସୁରେନ୍ଦ୍ର ଗୋୟଲଙ୍କ କରୋନାରେ ମୃତ୍ୟୁ

mahabharatanews

ସବୁ ସମସ୍ୟାରୁ ମୁକ୍ତି ଦିଏ ଗଙ୍ଗାଜଳ

mahabharatanews