ଅପରାଧ

ଦେଶୀ ମଦ ଜବତ, ତିନି ମହିଳାଙ୍କ ସମେତ ୯ ଗିରଫ

(ରଜନୀକାନ୍ତ ପାତ୍ର/ହିଞ୍ଜିଳି): ଗଞ୍ଜାମ ଜିଲ୍ଲା ଆସିକାର ବିଭିନ୍ନ ଅଞ୍ଚଳରେ ଆଜି ଅବକାରୀ ବିଭାଗ ଓ ପୋଲିସ ମିଳିତ ଭାବେ ଚଢାଉ କରି ବିପୁଳ ପରିମାଣର ଦେଶୀ ମଦ ଓ ପୋଚ ଜବତ କରିଛନ୍ତି । ଏହି କାରବାରେ ସମ୍ପୃକ୍ତ ୯ ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କ ମଧ୍ୟରୁ ୩ ଜଣ ମହିଳା ଅଛନ୍ତି । ଆସିକା ଅନ୍ତର୍ଗତ ବାଲିସିରା, କମାଗଡ ଓ ଲଣ୍ଡାଜୁଆଳି ଅଞ୍ଚଳରେ ଦେଶୀ ମଦ ପ୍ରସ୍ତୁତ ହୋଇ ଚାଲାଣ ହେଉଥିବା ଜିଲ୍ଲା ଅବକାରୀ ବିଭାଗକୁ ଖବର ମିଳିଥିଲା । ପୂର୍ବ ପ୍ରସ୍ତୁତ ଯୋଜନା ଅନୁଯାୟୀ ଅବକାରୀ ଉପଅଧୀକ୍ଷକ ଅଭିରାମ ବେହେରା ଓ ଆସିକା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁଙ୍କ ନେତୃତ୍ୱରେ ଏକ ଟିମ୍ ଘଟଣାସ୍ଥଳରେ ଚଢାଉ କରିଥିଲା । ଏହି ଚଢାଉ ବେଳେ ୯୦୪ ଲିଟର ଦେଶୀ ରନ୍ଧା ମଦ ଓ ୧୨୬୦ ଲିଟର ଗୁଡ ମିଶ୍ରିତ ପୋଚ ଅବକାରୀ ବିଭାଗ ଜବତ କରିଛି । ଏହାସହ ବହୁ ପରିମାଣର ପୋଚ ନଷ୍ଟ କରିବା ସହ ମଦ ପ୍ରସ୍ତୁତ ସାମଗ୍ରୀଗୁଡିକୁ ଜବତ କରାଯାଇଛି । ତେବେ ଦେଶୀ ମଦ ପ୍ରସ୍ତୁତି ଓ କାରବାରରେ ସମ୍ପୃକ୍ତ ୯ ଜଣଙ୍କୁ ଗିରଫ କରାଯାଇଛି ।

Related posts

ମଧ୍ୟରାତ୍ରରେ ଭାତ ଚଟୁରେ ପିଟି ପିଟି କରିଛି ହତ୍ୟା କରି ନୃଶଂସ ସ୍ୱାମୀର ଆତ୍ମସମର୍ପଣ

mahabharatanews

ବୀରମିତ୍ରପୁର ଥାନା ଅଧିକାରୀ ନିଲମ୍ବିତ

mahabharatanews

ମୁମ୍ବାଇରେ ଜଘଣ୍ୟକାଣ୍ଡ: ଦୁଷ୍କର୍ମ ପରେ ଯୌନାଙ୍ଗରେ ରଡ ପୁରାଇଦେଲେ ଦୁର୍ବୃତ୍ତ

mahabharatanews